Below header

ଜୀବନ ସହିତ ସଂଘର୍ଷ କରୁଛନ୍ତି ଷ୍ଟାର ଅଲରାଉଣ୍ଡର ହେଥ ଷ୍ଟ୍ରିକ, ୧୨ ବର୍ଷର ଇଣ୍ଟରନ୍ୟାସନାଲ କ୍ୟାରିଅର ଶେଷ କରିଦେଲା କ୍ୟାନସର

କ୍ୟାନସର ଶେଷ କରିଦେଲା କ୍ୟାରିଅର । କ୍ୟାନସରର ଶେଷ ପର୍ଯ୍ୟାୟରେ ଥାଇ ଜୀବନ ସହିତ ସଂଘର୍ଷ କରୁଛନ୍ତି ଜିମ୍ବାୱେ କ୍ରିକେଟ ହେଥ ଷ୍ଟ୍ରିକ । ତାଙ୍କ ସୁସ୍ଥ କାମନା କରିବା ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

ଆଇପିଏଲ୍‌ ଯୋଗୁଁ ସମସ୍ତ କ୍ରିକେଟ ଫ୍ୟାନ୍ସ ଉତ୍ସାହିତ ରହିଥିବା ବେଳେ ଆଉ କ୍ରିକେଟ ଫ୍ୟାନ୍ସ ପାଇଁ ନିରାଶଜନକ ଖବର । ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହେଥ ଷ୍ଟ୍ରିକ ଜୀବନ ସହିତ ସଂଘର୍ଷ କରୁଛନ୍ତି । କ୍ୟାନସର ଭଳି ରୋଗ ସହିତ ଲଢୁଛନ୍ତି ହେଥ ଷ୍ଟ୍ରିକ । କ୍ୟାନସରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି ହେଥ ଷ୍ଟ୍ରିକ । ତାଙ୍କ ଅବସ୍ଥା ଗୁରୁତର ରହିଛି ।

ହେଥ ଷ୍ଟ୍ରିକଙ୍କ ଏପରି ଅବସ୍ଥାକୁ ନେଇ ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ତାଙ୍କ ସୁସ୍ଥ କାମନା କରିବା ପାଇଁ ପ୍ରାର୍ଥନା କରିଛନ୍ତି । ଜିମ୍ବାେଓ୍ଵ ସରକାର ଠାରୁ ଆରମ୍ଭ କରି କ୍ରିକେଟର୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

ଏହା ମଧ୍ୟରେ ତାଙ୍କ ପରିବାର ତରଫରୁ ଏକ ବୟାନ ଜାରି ହୋଇଛି। ଏଥିରେ କୁହାଯାଇଛି, ହେଥ ଷ୍ଟ୍ରିକଙ୍କୁ କ୍ୟାନସର ହୋଇଛି। ସାଉଥ ଆଫ୍ରିକାର ସର୍ବୋତ୍ତମ ଅଙ୍କୋଲୋଜିଷ୍ଟରେ ତାଙ୍କର ଚିକିତ୍ସା ଚାଲିଛି । ଆପଣମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ । ଏବେ କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ।

ତାଙ୍କ ଅବସ୍ଥା ଦେଖି ଜିମ୍ବାୱେ ଖେଳମନ୍ତ୍ରୀ ଡେଭିଡ କୋଲ୍ଟ୍ଯେଟ କହିଛନ୍ତି, ‘ ହେଥ ଷ୍ଟ୍ରିକ ଆମ ଦେଶର ମହାନ କ୍ରିକେଟର । ସେ ବହୁତ ରୋଗାଗ୍ରସ୍ତ ରହିଛନ୍ତି ଆଉ ଆମ ପ୍ରାର୍ଥନା ତାଙ୍କ ପାଇଁ ଜରୁରୀ । ତାଙ୍କ ପରିବାର ପାଇଁ ଆମ ପ୍ରାର୍ଥନା କିଛି କାମ କରିପାରେ ।

ସୂଚନାଯୋଗ୍ୟ, ହେଥ ଷ୍ଟ୍ରିକ ନଭେମ୍ବର ୧୯୯୩ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ । ସାଉଥ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଡେବ୍ୟୁ କରିଥିଲେ । ନିଜର ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ ୨୦୦୫ରେ ଖେଳିଥିଲେ ହେଥ ଷ୍ଟ୍ରିକ । ଏହି ସମୟରେ ଜିମ୍ବାୱେ ଟିମର ଅଧିନାୟକ ଦାୟିତ୍ୱ ମଧ୍ୟ ନେଇଥିଲେ ଷ୍ଟ୍ରିକ । ୧୨ ବର୍ଷର ଇଣ୍ଟରନ୍ୟାସନାଲ କ୍ୟାରିଅରକୁ କ୍ୟାନସର ଶେଷ କରିଦେଲା ।

ଷ୍ଟ୍ରିକ ତାଙ୍କ ସମୟରେ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ରହିଥିଲେ । ସେ ଆଇପିଏଲରେ ମଧ୍ୟ ସାମିଲ ହୋଇଛନ୍ତି। କୋଲକତା ନାଇଟ ରାଇଡର୍ସ ଏବଂ ଗୁଜରାଟ ଲାଏନ୍ସ ଟିମର କୋଚିଂ ଷ୍ଟାଫ ମଧ୍ୟରେ ରହିଥିଲେ । ଇଣ୍ଟରନ୍ୟାସନାଲ ଭାବେ ହିଥ ଷ୍ଟ୍ରିକ ବାଂଲାଦେଶ ଏବଂ ଜିମ୍ବାୱେର ମଧ୍ୟ କୋଚିଂ ଦାୟିତ୍ୱ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.