ପୂରା ମନ୍ତ୍ରୀମଣ୍ଡଳ ସହିତ ରାମଲାଲାଙ୍କୁ ଦର୍ଶନ କରିବେ ଆସାମ ସିଏମ୍‌ ହିମନ୍ତ ବିଶ୍ୱଶର୍ମା, ଫେବୃୟାରୀରେ ଯିବେ ଅଯୋଧ୍ୟା

ଆସାମ କ୍ୟାବିନେଟ୍‌ ଫେବୃୟାରୀ ୨୨ରେ ରାମଲାଲାଙ୍କୁ ଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆସାମ କ୍ୟାବିନେଟ୍‌ ଫେବୃୟାରୀ ୨୨ରେ ରାମଲାଲାଙ୍କୁ ଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସିଏମ୍‌ ଶର୍ମା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି ।

ଏଥିରେ ସେ କହିଛନ୍ତି, ‘ଆସାମର ମନ୍ତ୍ରୀମାନେ ଅଯୋଧ୍ୟାରେ ରାମଲାଲାଙ୍କ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ଭାରତର ଲୋକମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ପୂରା ମନ୍ତ୍ରୀମଣ୍ଡଳ ୨୦୨୪ ଫେବୃୟାରୀ ୨୨ରେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯାତ୍ରା କରିବ’ ।

ରାଜ୍ୟ ମନ୍ତ୍ରୀମଣ୍ଡଳ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ପରିବାରଙ୍କୁ ଭୂମି ଅଧିକାର ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ।

ସେପଟେ ୫୦୦ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ କରିଛନ୍ତି । ଆଜି ଜାନୁୟାରୀ ୨୩ଠାରୁ ସାଧାରଣ ଲୋକଙ୍କ ପାଇଁ ରାମ ମନ୍ଦିରର କପାଟ ଖୋଲି ଦିଆଯାଇଛି । ଆଜି ସକାଳ ୮ଟାରୁ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀରାମ । ଏକପ୍ରକାର ଜନସମୁଦ୍ର ପାଲଟିଛି ମନ୍ଦିର ପରିସର । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଗତକାଲି ବିଳମ୍ବିତ ରାତିରୁ ଭକ୍ତମାନଙ୍କ ଭିଡ଼ ଲାଗିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.