ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ ହଟାଇଲା କଂଗ୍ରେସ

ହଟିଲା ନିଲମ୍ବନ । କଂଗ୍ରେସକୁ ଫେରିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଆଜି ଦୁଇ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି । ସେହିପରି କଂଗ୍ରେସକୁ ଫେରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ।

ଭୁବନେଶ୍ୱର (କେନ୍ୟୁଜ): ହଟିଲା ନିଲମ୍ବନ । କଂଗ୍ରେସକୁ ଫେରିଲେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ଆଜି ଦୁଇ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି । ସେହିପରି କଂଗ୍ରେସକୁ ଫେରିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ତାଙ୍କୁ ଦଳ ବହିଷ୍କାର କରିଥିଲା । ଆଜି ଭୁବନେଶ୍ବରରେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ପିସିସି ପ୍ରଭାରୀ ଡକ୍ଟର ଅଜୟ କୁମାର ।। ଗତକାଲି ଭୁବନେଶ୍ୱରରେ ମୋକିମ୍ ଓ ଚିରଞ୍ଜୀବଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ଗତକାଲି ଭୁବନେଶ୍ୱରରେ ଦୁଇ ନିଲମ୍ବିତ ନେତାଙ୍କ ସହ ଅଜୟ କୁମାର ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଉଭୟ ନେତାଙ୍କ ଡିଏନଏରେ କଂଗ୍ରେସ ରହିଥିବା କହିଥିଲେ ପିସିସି ପ୍ରଭାରୀ ।

ଗତବର୍ଷ ଜୁଲାଇରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ଦୁଇ ନେତା । ଅଜୟ କୁମାର ପିସିସି ସଭାପତି ଦାୟିତ୍ବ ନେବା ପରେ ପୁରୁଖା ନେତାଙ୍କୁ ଦଳକୁ ଫେରାଇ ଆଣୁଛନ୍ତି । ନିକଟରେ ଗମାଙ୍ଗ ଫ୍ୟାମିଲି ଓ ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ ଘର ବାହୁଡ଼ା ହୋଇଥିଲା । ନିର୍ବାଚନ ପୂର୍ବରୁ ହାତ ମୁଠା ଟାଣ କରୁଛି କଂଗ୍ରେସ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବାକୁ ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ୧ ତାରିଖରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରୁ କଂଗ୍ରେସ ଆରମ୍ଭ କରିବ ବସ ଯାତ୍ରା । ଏହାପରେ ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରେ ଭାରତ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ୨୦୨୪ ନିର୍ବାଚନକୁ ନେଇ କଂଗ୍ରେସ ଫୁଲ୍ ଦମ୍ ଲଗାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.