ଫିଲ୍ମ ‘ଫାଇଟର’ ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଫାଷ୍ଟ ଡେ ଆଡ୍‌ଭାନ୍ସ ବୁକିଂ, ଜାଣନ୍ତୁ କେତେ ହେଲା କଲେକ୍ସନ୍‌ 

ଫିଲ୍ମ ‘ଫାଇଟର୍’ ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଯାଉଛି । ଏବେ ଏହି ଫିଲ୍ମର ଆଡ୍‌ଭାନ୍ସ ବୁକିଂରୁ ଏହା ମଧ୍ୟ ଆକଳନ କରାଯାଇପାରୁଛି । ‘ଫାଇଟର’ ଫିଲ୍ମର ଏପର୍ଯ୍ୟନ୍ତ ଆଡଭାନ୍ସ ବୁକିଂ ପ୍ରଥମ ଦିନରେ ୨.୯ କୋଟି ଟଙ୍କା ଇନ୍‌କମ କରିସାରିଛି । 

ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍’ ଜାନୁଆରୀ ୨୫ରେ ରିଲିଜ୍ ହେବାକୁ ଯାଉଛି ।  ତେବେ ଏହି ଦୁଇଜଣଙ୍କ ଅଭିନୀତ ଫିଲ୍ମଟି ୨୦୨୪ରେ ପ୍ରଥମ ହୋଇପାରେ ଯିଏ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିପାରେ । ଏବେ ଏହି ଫିଲ୍ମର ଆଡ୍‌ଭାନ୍ସ ବୁକିଂରୁ ଏହା ମଧ୍ୟ ଆକଳନ କରାଯାଇପାରୁଛି । ‘ଫାଇଟର’ ଫିଲ୍ମର ଏପର୍ଯ୍ୟନ୍ତ ଆଡଭାନ୍ସ ବୁକିଂ ପ୍ରଥମ ଦିନରେ ୨.୯ କୋଟି ଟଙ୍କା ଇନ୍‌କମ କରିସାରିଛି ।
ସୂଚନା ଅନୁସାରେ, ଫିଲ୍ମ ‘ଫାଇଟର’ ପାଷ୍ଟ ଦିନରେ ୨.୯ କୋଟି ଟଙ୍କାର ଆଡଭାନ୍ସ ବୁକିଂ ହୋଇଛି ଏବଂ ୮୮ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି । ଏଥି ସହିତ ଫିଲ୍ମଟି ଦ୍ୱିତୀୟ ଦିନ ପାଇଁ ଆଡଭାନ୍ସ ବୁକିଂ ୩ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଏହା ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ହେବାକୁ ଯାଉଛି । ଏହି ଫିଲ୍ମରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସହ ଅନୀଲ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ ।
ଏପରି ମଧ୍ୟ ସୂଚନା ରହିଛି ଯେ ଫିଲ୍ମର ୨ ଦିନ ଆଗୁଆ ବୁକିଂ ୩ କୋଟି ଟଙ୍କା ଅତିକ୍ରମ କରିପାରେ । ଏହା ସହିତ ଫିଲ୍ମର ଆନୁମାନିକ କଲେକ୍ସନ୍‌ ୨୮ କୋଟି ଟଙ୍କା ଅତିକ୍ରମ କରିପାରେ । ଫିଲ୍ମ ‘ଫାଇଟର’ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମଟି Viacom18 ଦ୍ୱାରା ନିର୍ମିତ ହୋଇଛି । ଏହି ଫିଲ୍ମଟି ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ ରେ ମୁକ୍ତିଲାଭ କରିବ ।
ଫିଲ୍ମର ଷ୍ଟୋରିଟି ୩ ଜଣ ବାୟୁସେନାର ସାହସୀମାନଙ୍କ ବିଷୟରେ ରହିଛି । ଯେଉଁମାନେ ଏକ ମିଶନରେ ଏକାଠି ହୁଅନ୍ତି ଏବଂ ବନ୍ଧୁତା ଏବଂ ଭାଇଚାରା ସହିତ ଦେଶ ପ୍ରତି ସେମାନଙ୍କର ସର୍ମପଣ ପ୍ରମାଣ କରନ୍ତି  । ଫିଲ୍ମରେ ଦମ୍‌ଦାର ଆକ୍ସନ୍‌ ଦେଖିବାକୁ ମିଳିପାରେ । ଏହି ଫିଲ୍ମଟି ୨୦୨୪ର ବକ୍ସ ଅଫିସରେ ହାଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ ଏହା କେତେ ସତ ତାହା କେବଳ ଜାନୁଆରୀ ୨୫ ପରେ ଜଣାପଡିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.