ମିଜୋରମରେ ମିଆଁମାର ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଆହତ

ମିଜୋରମର ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି ।

ମିଜୋରମର ଲେଙ୍ଗପୁଇ ବିମାନ ବନ୍ଦରରେ ବଡ ଦୁର୍ଘଟଣା । ମିଆଁମାର ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ବିମାନରେ ପାଇଲଟକୁ ମିଶାଇ ୧୪ ଜଣ ରହିଥିଲେ । ଆହତଙ୍କୁ ଲେଙ୍ଗପୁଇ ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ମିଜୋରମ ଡିଜିପି କହିଛନ୍ତି ।

ମିଆଁମାର ବର୍ମି ସେନାର ବିମାନଟି ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନ ମିଆଁମାର ସୈନିକମାନଙ୍କୁ ନେବା ପାଇଁ ମିଆଁମାରରୁ ମିଜୋରାମକୁ ଆସିଥିଲା । ତେବେ ଲେଙ୍ଗପୁଇ ବିମାନବନ୍ଦରର ମିଆଁମାର ସେନାର ଶାନସି ୟ -୮ ବିମାନ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା ।  ଫଳରେ ଏହି ଦୁର୍ଘଟଣା ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.