ମୁରୈନା : ଓଲଟିଲା ଯାତ୍ରୀବାହୀ ବସ୍‌, ୨୫ରୁ ଅଧିକ ଯାତ୍ରୀ ଆହତ

ଆଗ୍ରା-ଦିଲ୍ଲୀ ନ୍ୟାସନାଲ ହାଇୱେ ୪୪ରେ ଏକ ବସ୍‌ ଅନିୟନ୍ତ୍ରିତ ହୋଇ ଓଲଟିବା ଯୋଗୁଁ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କୁ ଚିକିତ୍ସା ପାଇଁ ମୁରୈନାର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି ।

ଆଗ୍ରା-ଦିଲ୍ଲୀ ନ୍ୟାସନାଲ ହାଇୱେ ୪୪ରେ ଏକ ବସ୍‌ ଅନିୟନ୍ତ୍ରିତ ହୋଇ ଓଲଟିବା ଯୋଗୁଁ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କୁ ଚିକିତ୍ସା ପାଇଁ ମୁରୈନାର ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ମହିଳା ଏବଂ ପିଲା ସାମିଲ ରହିଛନ୍ତି । ଦୁର୍ଘଟଣାରେ ବସରେ ଥିବା ୧୦ରୁ ୧୨ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ସମୟରେ ବସରେ ୩୦ରୁ ଅଧିକ ଯାତ୍ରୀ ରହିଥିଲେ ।

ସୂଚନା ମୁତାବକ, ମଧ୍ୟପ୍ରଦେଶ ଗ୍ଵାଲିଅର ଜିଲ୍ଲାରୁ ବସ୍‌ରେ ସମସ୍ତ ଯାତ୍ରୀ ମେହନ୍ଦୀପୁର ବାଲାଜୀ ଦର୍ଶନ ପାଇଁ ରାଜସ୍ଥାନ ଯାଉଥିଲେ । ଏହି ସମୟରେ ମୁରୈନା ଜିଲ୍ଲାର ସିଭିଲ ଲାଇନ ଥାନା ଅଞ୍ଚଳରେ ସିକରୋଦା ନାଳ ପାଖଷର ଆଗ୍ରା ଦିଲ୍ଲୀ ନ୍ୟାସନାଲ ହାଇୱେ ୪୪ରେ ଯାତ୍ରୀବାହୀ ବସ୍‌ ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା । ସୂଚନା ପାଇବା ପରେ ପୋଲିସ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଛି ।


ପୋଲିସ କହିବା ଅନୁସାରେ, ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ । ଏଥିରେ ମହିଳା ଏବଂ ପିଲା ସାମିଲ ରହିଛି । କିଛି ଯାତ୍ରୀଙ୍କୁ ଗୁରୁତର ଆଘାତ ଲାଗିଛି । ପୋଲିସ ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି ।

ଉତ୍ତର ଚୀନର ଶାଙ୍କସି ପ୍ରଦେଶରେ ଗତ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍‌ଟି ଟନେଲ୍ କାନ୍ଥ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ୩୭ ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ହୁବେଇ ଏକ୍ସପ୍ରେସୱେରେ ଦ୍ୱିପ୍ରହର ପ୍ରାୟ ସାଢ଼େ ୨ଟା ସମୟରେ ଘଟିଥିଲା । ଖବର ପାଇ ଉଦ୍ଧାର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.