Below header

ଆଫ୍ରିକୀୟ ଦେଶ ବୁର୍କିନା ଫସୋରେ ନରସଂହାର, ସେନା ପୋଷାକରେ ଆସି ୬୦ ଜଣଙ୍କୁ ମାରିଲେ ଆକ୍ରମଣକାରୀ

ଦିନ ଦ୍ୱିପ୍ରହରରେ ନରସଂହାର । ସେନା ପୋଷାକରେ ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆସି ୬୦ ଜଣଙ୍କୁ ହତ୍ୟା କରିଥିବା ଖବର ମିଳିଛି । ଆଫ୍ରିକୀୟ ଦେଶ ବୁର୍କିନା ଫସୋର ଉତ୍ତରପ୍ରାନ୍ତରେ ଥିବା ଏକ ଗ୍ରାମରେ ଏଭଳି ଘଟଣା ଘଟିଛି ।

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫସୋର ଉତ୍ତରପ୍ରାନ୍ତର ଏକ ଗ୍ରାମରେ ସେନା ୟୁନିଫର୍ମ ପିନ୍ଧିଥିବା କିଛି ଲୋକ ପ୍ରାୟ ୬୦ଜଣଙ୍କୁ ଦିନଦ୍ୱିପ୍ରହରରେ ହତ୍ୟା କରିଛନ୍ତି । ଏହି ଆକ୍ରମଣ ମାଲୀ ବର୍ଡର ପାଖରେ ଥିବା ଏକ କର୍ମା ଗାଁରେ ହୋଇଛି । ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି ।

ମିଡିଆ ରିପୋର୍ଟ ମୁତାବକ, ଆକ୍ରମଣକାରୀ ସଶସ୍ତ୍ର ବଳର ଡ୍ରେସ ପିନ୍ଧି ଏପରି ନରସଂହାର କରିଛନ୍ତି । ନରସଂହାର କରିବା ସହିତ ଲୁଟପାଟ୍‌ ମଧ୍ୟ କରିଛି ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି । ଆକ୍ରମଣକାରୀ ଅଲକାଏଦା ଏବଂ ଇସଲାମିକ ଷ୍ଟେଟ୍‌ ସହିତ ଜଡିତ ବୋଲି ସୂଚନା ମିଳିଛି ।

ଗାଁ ଲୋକଙ୍କ କହିବାନୁସାରେ, ପ୍ରାୟ ୧୦୦ରୁ ଅଧିକ ଲୋକ ମୋଟରସାଇକେଲ୍ ଓ ପିକ୍-ଅପ୍ ଟ୍ରକରେ ଆସି ଗାଁ ଉପରେ ଚଢ଼ଉ କରିଥିଲେ। ଆଉ ଏହି ସମୟରେ ଲୋକଙ୍କୁ ମାରିଥିଲେ । ଗାଁ ଲୋକେ ଏବେ ଭି ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଏହାପୂର୍ବରୁ ୧୫ ଏପ୍ରିଲରେ ବୁର୍କିନା ଫସୋରେ ସନ୍ଦିଗ୍ଧମାନେ ୪୦ ଲୋକଙ୍କୁ ହତ୍ୟା କରିଥିଲେ । ଏଥିରେ ୩୪ ଜଣ ନାଗରିକ ଏବଂ ୬ ଜଣ ସୈନିକ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.