Below header

ଝାରସୁଗୁଡ଼ାରେ ଆଜିଠୁ ଜମିବ ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାର, ମୈଦାନକୁ ଓହ୍ଲାଇବେ ସବୁ ଦଳର ହେଭିେଓ୍ଵଟ୍‌

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏହା ପୂର୍ବରୁ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ ଚଳାଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭୋଟରଙ୍କ ମନ ଜିଣିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। କେତେବେଳେ କର୍ମୀ ସମ୍ମିଳନୀ କରି ତ ଆଉ କେତେବେଳେ ମହିଳା ଭୋଟରଙ୍କ ସହଯୋଗରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି।

କେନ୍ୟୁଜ(ବ୍ୟୁରୋ): ଆଜିଠୁ ଝାରସୁଗୁଡ଼ାରେ ଅସଲ ଲଢ଼େଇ । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଜମିବ ଷ୍ଟାର କ୍ୟାମ୍ପେନିଂ । ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ସବୁ ଦଳର ହେଭିେଓ୍ଵଟ୍‌ । ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ ଚଳାଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭୋଟରଙ୍କ ମନ ଜିଣିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । କେତେବେଳେ କର୍ମୀ ସମ୍ମିଳନୀ କରି ତ ଆଉ କେତେବେଳେ ମହିଳା ଭୋଟରଙ୍କ ସହଯୋଗରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ଦୀପାଳି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ।

ପ୍ରାର୍ଥୀ ଓ ନେତା ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ଆଗକୁ ବିଜେପି ହେଭିେଓ୍ଵଟ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍‌ ମାଗିବେ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । କର୍ମୀ ସମ୍ମିଳନୀ ସହ ଚଳାଇଛନ୍ତି ଡୋର ଟୁ ଡୋର କ୍ୟାମ୍ପେନିଂ। ଏଥର ମୈଦାନରେ ମହାଁମୁହିଁ ହେବେ ସବୁ ଦଳର ହେଭିେଓ୍ଵଟ୍‌ । ପ୍ରଚାର ଗାଡ଼ି ବି ଦୌଡିବ । ସଭା ସମିତି ସାଙ୍ଗକୁ ବାଇ ରାଲିରେ କମ୍ପିବ ଝାରସୁଗଡ଼ା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.