କେନିଆରେ ଅନ୍ଧବିଶ୍ୱାସ ନେଲା ୪୭ ଜଣଙ୍କ ଜୀବନ, ସ୍ୱର୍ଗକୁ ଯାଇ ଯୀଶୁଙ୍କୁ ଭେଟିବା ଆଶାରେ ଭୋକିଲା ରହିଥିଲେ ଲୋକେ

ଆଫ୍ରିକୀୟ ଦେଶ କେନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପାଦ୍ରୀଙ୍କ କହିବା ଅନୁସାରେ, ୪୭ ଜଣ ଲୋକ ଭୋକରେ ରହି ନିଜ ଜୀବନ ହାରିଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ପାଦ୍ରୀଙ୍କ ଜମିରୁ ହିଁ ଜବତ କରିଛି।

ଆଫ୍ରିକୀୟ ଦେଶ କେନିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପାଦ୍ରୀଙ୍କ କହିବା ଅନୁସାରେ, ୪୭ ଜଣ ଲୋକ ଭୋକରେ ରହି ନିଜ ଜୀବନ ହାରିଛନ୍ତି। ପୋଲିସ ମୃତଦେହଗୁଡ଼ିକୁ ପାଦ୍ରୀଙ୍କ ଜମିରୁ ହିଁ ଜବତ କରିଛି। କେନିଆର ଶାକାହୋଲା ଜଙ୍ଗଲରେ ପୋଲିସକୁ ଆହୁରି ଅଧିକ ମୃତଦେହ ମିଳିବାରେ ଲାଗିଛି।

ଖବର ମୁତାବକ, ଏକ ଚର୍ଚ୍ଚର ଜଣେ ପାଦ୍ରୀ ଏହି ଲୋକମାନଙ୍କୁ କହିଥିଲେ ଯେ ଯଦି ସେମାନେ ଭୋକିଲା ରହି ନିଜକୁ ସମାଧି ଦିଅନ୍ତି, ତେବେ ସେମାନେ ସ୍ୱର୍ଗକୁ ଯାଇ ଯୀଶୁଙ୍କୁ ଭେଟିବେ। ତେବେ ଗତ ତିନି ଦିନ ଧରି ପୋଲିସ ଏହି ଲୋକଙ୍କ ମୃତଦେହ ଉଦ୍ଧାର କରିବାରେ ଲାଗିଛି ଏବଂ ମୃତଦେହ ସଂଖ୍ୟା ଏବେ ଆହୁରି ବଢ଼ୁଛି।

ମଲିନ୍ଦି ଉପ-କାଉଣ୍ଟିର ପୋଲିସ ମୁଖ୍ୟ ଜନ୍ କେମ୍ବୋଇ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପାଦ୍ରୀ ପାଲ ମାକେଞ୍ଜିଙ୍କ ଜମିରେ ଅଧିକ କବର ଖୋଳାଯିବ। ଏହାପରେ ହିଁ ଜୀବନ ହାରିଥିବା ଲୋକଙ୍କ ବିଷୟରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ। ଏପ୍ରିଲ ୧୪ରେ ମୃତଦେହ ମିଳିବା ପରେ ସମ୍ପୃକ୍ତ ପାଦ୍ରୀଙ୍କୁ ଗିରଫ କରାଯାଇଥିଲା। ପାଦ୍ରୀଙ୍କ କହିବା ଅନୁସାରେ ହିଁ ଏହି ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ପଦକ୍ଷେପ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.