Below header

ଶୀର୍ଷାସନ କରି ସଚିନ ତେନ୍ଦୁଲକରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବୀରେନ୍ଦ୍ର ସେହ୍ଵାଗ, ଭିଡିଓ ଭାଇରଲ

‘ପାଜୀ, ଆପଣଙ୍କ କଥା ନ ଶୁଣି ମଇଦାନରେ ସବୁବେଳେ ବିପରୀତ କାମ କରିଥାଏ । ଆଜି ମଧ୍ୟ ଓଲଟା ହୋଇ ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛି ’। ସଚିନ ତେନ୍ଦୁଲକରଙ୍କୁ ଶୀର୍ଷାସନ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସେହ୍ଵାଗ ।

ଟିମ୍‌ ଇଣ୍ଡିଆର ଓପନିଂ ଯୋଡି ମଧ୍ୟରେ ବୀରେନ୍ଦ୍ର ସେହ୍ଵାଗ ଏବଂ ସଚିନ ତେନ୍ଦୁଲକରଙ୍କ ଯୋଡି ଅନ୍ୟତମ । ଲୋକେ ଦୁହିଁଙ୍କୁ ଓପିନଂ ଯୋଡି ଭାବେ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଦୁହେଁ ଓପିନଂ କଲେ ବିପକ୍ଷ ଦଳର ବୋଲରଙ୍କୁ ଚିନ୍ତାରେ ପକାଇ ଦିଅନ୍ତି । ଦୁହେଁ ଓପନିଂ କରିବା ସମୟରେ ସେହ୍ଵାଗ ନିଜ ମୁଡରେ ଖେଳନ୍ତି, ଆଉ ସଚିନ ଚାହାନ୍ତି ସେହ୍ଵାଗ ତାଙ୍କ କଥା ଶୁଣନ୍ତୁ । କିନ୍ତୁ ସଚିନଙ୍କ କଥା ନ ଶୁଣି ସବୁବେଳେ ବିପରୀତ କାମ କରନ୍ତି ସେହ୍ଵାଗ । ଆଉ ଏହି କାରଣ ଯୋଗୁଁ ଆଜି ସଚିନଙ୍କ ଜନ୍ମଦିନରେ ଓଲଟା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବୀରେନ୍ଦ୍ର ସେହ୍ଵାଗ ।

ସଚିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସେହ୍ଵାଗ ଏକ ଟ୍ଵିଟ୍‌ କରିଛନ୍ତି । ଯେଉଁଥିରେ କହିଛନ୍ତି, ପାଜି ମୁଁ ମଇଦାନରେ ଆପଣଙ୍କ କଥା ନ ଶୁଣି ସବୁବେଳେ ଓଲଟା କାମ କରିଥାଏ । ଠିକ୍‌ ଯେମିତି ଆଜି କରୁଛି । ତେଣୁ ଆଜି ଆପଣଙ୍କର ୫୦ତମ ଜନ୍ମଦିନରେ ଶୀର୍ଷାସନ କରି ଶୁଭେଚ୍ଛା ଜଣାଉଛି । ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା, ଆପଣ ହଜାରେ ବର୍ଷ ବଞ୍ଚନ୍ତୁ ।

୨୪ ଏପ୍ରିଲ୍ ୧୯୭୩ ଦିନ ପ୍ରାୟ ୧ଟା ବେଳକୁ ମୁମ୍ବାଇର ଶିବାଜୀ ପାର୍କ ରାଣାଡେ ରୋଡ ସ୍ଥିତ ନିର୍ମଳା ନର୍ସିଂ ହୋମରେ ସଚିନଙ୍କ ଜନ୍ମ ହୋଇଥିଲା । ସେହି ସମୟରେ ତାଙ୍କ ଓଜନ ମାତ୍ର ୨.୮୫ କିଲୋଗ୍ରାମ୍ ଥିଲା ।  ସଚିନ୍ ୨୪ ନଭେମ୍ବର ୧୯୮୯ରେ ମାତ୍ର ୧୬ ବର୍ଷ ବୟସରେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ହାଫ୍ ସେଞ୍ଚୁରୀ (୫୯) ରନ୍ କରିଥିଲେ । ପାକିସ୍ତାନ୍ ବିପକ୍ଷରେ ନିଜର ପ୍ରଥମ ପାଳିରେ ହିଁ ସବୁଠାରୁ କମ୍ ବୟସରେ ଏହି କାରନାମା କରିଦେଖାଇଥିଲେ ସଚିନ୍ । ୨୪ ଫେବ୍ରୁଆରୀ ୨୦୧୦ରେ ଗ୍ୱାଲିୟରର କ୍ୟାପଟେନ୍ ରୁପ୍ ସିଂହ ଷ୍ଟାଡିୟମରେ ଏକ ଐତିହାସିକ ଇନିଂସ୍ ଖେଳିଥିଲେ । ଯାହା ବିଷୟରେ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଦକ୍ଷିଣ ଆଫ୍ରିକା ବିରୋଧରେ ସଚିନ୍ ୨୦୦ରନର ଏକ ଦମଦାର ଇନିଂସ୍ ଖେଳି ୱାନ୍ ଡେ କ୍ରିକେଟର ୩୯ ବର୍ଷର ଇତିହାସରେ ପ୍ରଥମ ଡବଲ୍ ସେଞ୍ଚୁରୀ ଲଗାଇଥିଲେ ।

ସଚିନ୍ ୨୪ ମେ ୧୯୯୫ ରେ ଅଞ୍ଜଳୀଙ୍କୁ ବିବାହ କରିଥିଲେ ସଚିନ୍ । ତେବେ ଅଞ୍ଜଳୀଙ୍କଠାରୁ ୬ ବର୍ଷ ସାନ ସଚିନ୍ । ଉଭୟଙ୍କ ନିର୍ବନ୍ଧ ୧୯୯୪ରେ ନ୍ୟୁଜିଲାଣ୍ଡରେ ହୋଇଥିଲା । ୨୪ ସେପ୍ଟେମ୍ବର ୧୯୯୯ରେ ସଚିନଙ୍କ ପୁଅ ଅର୍ଜୁନ୍ ତେନ୍ଦୁଲକରଙ୍କ ଜନ୍ମ ହୋଇଥିଲା । ଏବେ ଅର୍ଜୁନ ଆଇପିଏଲ ଖେଳିବାରେ ବ୍ୟସ୍ତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.