Below header

ପୁଣି ପ୍ରେମ ପାଇଁ ଜୀବନ ହାରିଲେ ଯୁବକ ଯୁବତୀ

ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ କାଇମାଟିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରେମ ବ୍ୟାପାରକୁ ନେଇ ପ୍ରଭାତ କୁମାର ଲେଙ୍କା ଗତକାଲି ଆତ୍ମହତ୍ୟା କରିଥିବା ବେଳେ ଆଜି ଯୁବତୀ ଜଣକ ଜୀବନ ହାରିଛନ୍ତି । ଅଭିଯୋଗ ଅନୁଯାୟୀ ବୈରୀ ଥାନା ବିରିଜଙ୍ଗା ଗାଁର ପ୍ରଭାତ କୁମାର ଲେଙ୍କା ଘରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

ଯାଜପୁର(କେନ୍ୟୁଜ):  ଝୁଲି ପଡିଲେ ପ୍ରେମୀ ଯୁଗଳ। ଗତକାଲି ଯୁବକ ଆତ୍ମହତ୍ୟା କରିଥିବାବେଳେ ଆଜି ଜୀବନ ହାରିଲେ ଯୁବତୀ । ଯାଜପୁର ଜିଲ୍ଲା ବୈରୀ ଥାନା ଅଧୀନ କାଇମାଟିଆ ଅଞ୍ଚଳରେ ଏହି ଘଟଣା ଘଟିଛି । ପ୍ରେମ ବ୍ୟାପାରକୁ ନେଇ ପ୍ରଭାତ କୁମାର ଲେଙ୍କା ଗତକାଲି ଆତ୍ମହତ୍ୟା କରିଥିବା ବେଳେ ଆଜି ଯୁବତୀ ଜଣକ ଜୀବନ ହାରିଛନ୍ତି । ଅଭିଯୋଗ ଅନୁଯାୟୀ ବୈରୀ ଥାନା ବିରିଜଙ୍ଗା ଗାଁର ପ୍ରଭାତ କୁମାର ଲେଙ୍କା ଘରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବଡ଼ଚଣା ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ପ୍ରଭାତଙ୍କୁ ଝିଅ ଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ବୈରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.