Below header

ଲଂଚ୍ ହେଲା ବିଶ୍ବର ସବୁଠାରୁ ଦାମୀ ଚାବି, ମୂଲ୍ୟ ଏତେ ଯେ ସେତିକି ଟଙ୍କାରେ କିଣି ପାରିବେ ୩୯ ଟି ମାରୂତି କାର୍

ଦାମୀ ଦାମୀ କାର୍ ବିଷୟରେ ଆପଣ ଶୁଣିଥିଲେ । କିନ୍ତୁ କଣ କେବେ ଦାମୀ ଚାବି ବିଷୟରେ ଶୁଣିଛନ୍ତି ? Awain ltd ନାମକ ଏକ କମ୍ପାନୀ ବିଶ୍ବର ସବୁଠାରୁ ଲଗଜୁରୀ ଚାବି ଲଂଚ୍ କରିଛନ୍ତି । କମ୍ପାନୀ ଏହି ଚାବି ସବୁଠାରୁ ବିଳାସମୟ କାର୍ ରୋଲ୍ସ ରୟାଲ୍ସ ପାଇଁ ତିଆରି କରିଛି । ଜାଣନ୍ତି କି ଏହି ଚାବିର ଦାମ୍ କେତେ ? ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଚାବିର ଦାମ ହେଉଛି ୫ ଲକ୍ଷ ୟୁରୋ ଅର୍ଥାତ୍ ୩.୯୨ କୋଟି ।

Worlds Most Expensive Car Keyଉତ୍ତର ୟୁରୋପର ଏହି କମ୍ପାନୀ Awain ltd ଲଗଜୁରୀ କାର ମାନଙ୍କ ପାଇଁ ଚାବି ନିର୍ମାଣ କରିଥାଏ । ଏଥର କମ୍ପାନୀ ରୋଲ୍ସ ରୟାଲ୍ସ ପାଇଁ ଯେଉଁ ଚାବି କରିଛି ସେଥିରେ ଲାଗିଛି ହୀରା ମୋତି । ଏହି ଚାବିକୁ ତିଆରି କରିବା ପାଇଁ ୱାଚ୍ ମେକର, ଗହଣା କାରିଗର ଏବଂ ମେକାନିକାଲି ଇଞ୍ଜିନିୟରମାନଙ୍କର ଏକ ଟିମ୍ ପ୍ରାୟ ୩୦୦ ଘଂଟା କାମ କରିଛନ୍ତି ।

ଅଲଗା ଅଲଗା ଭାରିଏଣ୍ଟରେ ଏହି ଚାବିକୁ ଲଂଚ୍ କରିଛି କମ୍ପାନୀ । ଏହାର କ୍ବାଣ୍ଟମ ଲାଇନ୍ ଭାରିଏଣ୍ଟରେ କମ୍ପାନୀ ଦାମୀ ପଥର ବ୍ୟତୀତ ୩.୪୫ କ୍ୟାରେଟର ୩୫୪ ହୀରା ଲଗାଇଛି । ଯାହାର ମୂଲ୍ୟ ହେଉଛି ୪୯୦୦୦ ୟୁରୋ । ସେହିପରି ଦ୍ବିତୀୟ ଭାରିଏଣ୍ଟରେ କମ୍ପାନୀ ୨୦ କ୍ୟାରେଟର ୧୨୫୦ ହୀରା ଲଗାଇଛି । ଯାହାର ମୂଲ୍ୟ ହେଉଛି ୮୯୦୦୦ ୟୁରୋ । ସବୁଠାରୁ ମହଙ୍ଗା ଚାବିରେ ଲାଗିଛି ୩୪.୫ କ୍ୟାରେଟର ହୀରା । ଯାହାର ମୂଲ୍ୟ ୫ ଲକ୍ଷ ୟୁରୋ । ଏହି ତିନି ପ୍ରକାର ଚାବିରେ କମ୍ପାନୀ ୧୮ ଏବଂ ୨୪ କ୍ୟାରେଟର ସୁନା ମଧ୍ୟ ବ୍ୟବହାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.