Below header

ମୋଦିଙ୍କୁ ଚୋର କହି ଅଡୁଆରେ ରାହୁଲ ଗାନ୍ଧୀ, ସୁପ୍ରିମକୋର୍ଟଙ୍କ ନୋଟିସ

ମୋଦିଙ୍କୁ ଚୋର କହି ଅଡ଼ୁଆରେ ରାହୁଲ ଗାନ୍ଧୀ । ରାଫେଲ ଡିଲ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ଆବେଦନର ଶୁଣାଣି କରି ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ୨୩ ତାରଖ ସୁଦ୍ଧା ଜବାବ ରଖିବାକୁ ନୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

ନିକଟରେ ରାଫେଲ ଡିଲ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ନେଇ ମୋଦିଙ୍କୁ ଚୌକିଦାର ଚୋର ବୋଲି କହିଥିଲେ ରାହୁଲ ଗାନ୍ଧୀ। ରାଫେଲ ଡିଲ୍‌ରେ ଦୁର୍ନୀତି ହୋଇଥିବା ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇ ଯାଇଛି ବୋଲି ଆମେଥିରେ ଗଣମାଧ୍ୟମକୁ କହିଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ସାଂସଦ ମିନାକ୍ଷୀ ଲେଖି । ରାହୁଲ କୋର୍ଟଙ୍କ ରାୟକୁ କଦର୍ଥ କରିବା ସହ ମୋଦିଙ୍କୁ ‘ଚୌକିଦାର ଚୋର’ ବୋଲି ଆକ୍ଷେପ କରିଥିଲେ ବୋଲି ବିଜେପି ଅଭିଯୋଗ କରି୍‌ଥିଲା । ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରାଫେଲ ମାମଲା ସଂପର୍କିତ କିଛି ଦସ୍ତାବିଜ୍‌କୁ ବିଚାରକୁ ନେବେ ବୋଲି ରାୟ ଦେଇଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.