ବିବାଦୀୟ ଅଯୋଧ୍ୟା ମାମଲା, ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଦିଲ୍ଲୀ(କେନ୍ଯୁଜ୍) : ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ ଆଜି ଅପରାହ୍ନରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇବ । ଆଯୋଧ୍ୟାରେ ମନ୍ଦିର ନିର୍ମାଣ ହେବ କି ନାହିଁ, ଏହି ରାୟ ଉପରେ ବହୁତ କିଛି ନିର୍ଭର କରୁଛି । ଇସଲାମ୍‌ ଧର୍ମରେ ମସଜିଦ୍‌ ପ୍ରାର୍ଥନା ସ୍ଥଳ ଭାବେ ଅନିବାର୍ଯ୍ଯ କି ନୁହେଁ, ସୁପ୍ରିମକୋର୍ଟ ତର୍ଜମା କରି ମାମଲାକୁ ସମ୍ବିଧାନିକ ବେଞ୍ଚକୁ ପଠାଇବେ କି ନାହିଁ, ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ନେବେ । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏ ସଂପର୍କରେ ରାୟ ପ୍ରକାଶ କରିବେ ।

masjit ୧୯୯୪ ମସିହା ଇସମାଇଲ ଫାରୁକି ରାୟକୁ ସୁପ୍ରିମକୋର୍ଟ ଆଜି ତର୍ଜମା କରିବେ । ଏହି ରାୟରେ କୁହାଯାଇଥିଲା ଯେ, ଇସ୍‌ଲାମ ଧର୍ମରେ ନମାଜ ପାଠ ଯେକୌଣସି ସ୍ଥାନରେ କରାଯାଇପାରିବ । ଏମିତିକି ଖୋଲା ଆକାଶ ତଳେ ନମାଜ ପାଠ କରିହେବ । ତେଣୁ ଇସ୍‌ଲାମ ଧର୍ମରେ ପ୍ରାର୍ଥନା କରିବା ଲାଗି ମସଜିଦ୍‌ ଅନିବାର୍ଯ୍ଯ ନୁହେଁ । ତେବେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାରେ ମୁସଲିମଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଲଢୁଥିବା ବରିଷ୍ଠ ଓକିଲ ରାଜୀବ ଧବନ ଏହି ଯୁକ୍ତି ବିପକ୍ଷରେ ମତ ଦେଉଛନ୍ତି । ସେ କହୁଛନ୍ତି, ମସଜିଦ୍‌ ହେଉଛି ସମୂହ ପ୍ରାର୍ଥନାର ସ୍ଥଳ । ସମୂହ ପ୍ରାର୍ଥନାକୁ ଇସ୍‌ଲାମ୍‌ରୁ ବାଦ୍‌ ଦିଆଗଲେ, ଏହାର କିଛି ଅର୍ଥ ରହିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.