Below header

ମାସେ ନପୂରୁଣୁ ରାମ ମନ୍ଦିର ପାଇଁ ଆସିଲାଣି ୧୦୦୦ କୋଟିର ଚାନ୍ଦା, ଏବେ ଆହୁରି ଆସିବା ବାକି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କାର୍ଯ୍ୟ ପୂରା ଜୋର୍‌ଦାର ଚାଲିଛି। ବର୍ତ୍ତମାନ ଦେଢ଼ ଲକ୍ଷ ଟୋଲି ଟଙ୍କା ଆଦାୟ କରିବା କାର୍ଯ୍ୟ କରୁଛନ୍ତି। ଏବେ ଯାଏଁ ୩୭,୦୦୦ ଲୋକ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍‌ କରିସାରିଲେଣି।

ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବାନୁସାରେ ଏବେ ଯାଏଁ କେତେ ଟଙ୍କା ସଂଗ୍ରହ ହେଲାଣି ତାହା କହିବା କଷ୍ଟକର। ତଥାପି ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିସାରିଲାଣି। ମାତ୍ର ଏବେ ବି ଅନେକ ଲୋକଙ୍କ ଦାନ ରାଶି ବ୍ୟାଙ୍କ ପର୍ଯ୍ୟନ୍ତ ଆସିପାରିନାହିଁ। ଏଥିପାଇଁ ସମୟ ଲାଗୁଛି ବୋଲି ମହାସଚିବ କହିଛନ୍ତି।

ଅନ୍ୟପଟେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ କାର୍ଯ୍ୟ ବି ଖୁବ୍‌ ଜୋରସୋର୍‌ରେ ଚାଲିଛି। ଏବେ ଯାଏଁ ୫ ମିଟର ଖୋଳାସରିଲାଣି। ରାମମନ୍ଦିରକୁ ଛାଡ଼ି ବାକି ଅଂଶରେ ଯେଉଁ ସବୁ ନିର୍ମାଣ କାର୍ଯ୍ୟ ହେବ ତାହାକୁ ଟାଟା କନ୍‌ସଲ୍ଟାନ୍ସି କରିବ। ଏଥିପାଇଁ ଡିଲ୍‌ ମଧ୍ୟ ହୋଇସାରିଛି। ଏଥିସହ ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରର ଡିଜାଇନ୍‌ କେମିତି କଲେ ଶୁଭ ହେବ, କେଉଁ ମନ୍ଦିର କେଉଁ ପଟେ ହେବ ସେ ନେଇ ନୋଏଡାର ଏକ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.