Below header

ବିପଦରେ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଆତଙ୍କବାଦୀ ଜୈସ-ଏ-ମହମ୍ମଦ ଦେଲା ବିସ୍ଫୋରକ ବୟାନ

କେନ୍ୟୁଜ୍(ବ୍ୟୁରୋ): ପାକିସ୍ତାନ ଟାର୍ଗେଟ୍‌ରେ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଜମ୍ମୁ-କାଶ୍ମୀରରେ ଗିରଫ ଜୈସ-ଏ-ମହମ୍ମଦ ଆତଙ୍କବାଦୀର ବିସ୍ଫୋରକ ବୟାନ ପରେ ଡୋଭାଲଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଡୋଭାଲଙ୍କ କାର୍ଯ୍ୟାଳୟର ଭିଡିଓ ପଠାଇବାକୁ ତାକୁ ପାକିସ୍ତାନରୁ କୁହାଯାଇଥିଲା। ଡୋଭାଲଙ୍କ କାର୍ଯ୍ୟାଳୟ ସମେତ ଦିଲ୍ଲୀର ଆଉ କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ପାକିସ୍ତାନର ଟାର୍ଗେଟ୍‌ରେ ରହିଛି। ଏସବୁର ଭିଡିଓ ପଠାଇବାକୁ ତାକୁ କୁହାଯାଇଥିଲା।

ଗତ ଫେବ୍ରୁଆରୀ ୬ରେ ଗିରଫ ହୋଇଥିବା ଜୈସ-ଏ-ମହମ୍ମଦର ଜମ୍ମୁ କାଶ୍ମୀର ମୁଖ୍ୟ ହିଦ୍ୟାତ୍‌ ଉଲ୍ଲା ମଲ୍ଲିକ ପୋଲିସ ଆଗରେ ଏହି ଚାଞ୍ଚଲ୍ୟକର ବୟାନ ଦେଇଛି । ପୋଲିସ୍‌କୁ ଡୋଭାଲଙ୍କ କାର୍ଯ୍ୟାଳୟର ଭିଡିଓ ମଧ୍ୟ ଦେଇଛି । ଗତ ମେ ୨୪ରେ ସେ ଶ୍ରୀନଗରରୁ ଦିଲ୍ଲୀ ଆସିଥିଲା ବିମାନରେ। ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ଭିଡିଓ ରେକର୍ଡିଂ କରିଥିଲା । ଆଉ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲା। ପାକିସ୍ତାନରେ ଥିବା ହ୍ୟାଣ୍ଡଲରଙ୍କୁ ଏହି ଭିଡିଓ ପଠାଇଥିଲା ହିଦ୍ୟାତ୍‌ ଉଲ୍ଲା ।

ପାକିସ୍ତାନରେ ତା ସହ ଯୋଗାଯୋଗରେ ଥିବା ୧୦ ଜଣଙ୍କ ନାଁ ଓ ଫୋନ୍‌ ନମ୍ବର ପୋଲିସ୍‌କୁ ଦେଇଛି ହିଦ୍ୟାତ୍‌ ଉଲ୍ଲା । ଗିରଫ ଆତଙ୍କବାଦୀର ବୟାନ ପରେ ଡୋଭାଲଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଉରି ସର୍ଜିକାଲ ଷ୍ଟ୍ରାଇକ୍‌ ଓ ବାଲାକୋଟ ଆକ୍ରମଣ ପରେ ଡୋଭାଲ ପାକିସ୍ତାନର ଟାର୍ଗେଟ୍‌ରେ ରହି ଆସିଛନ୍ତି । ତେବେ ତିନି ଦଶନ୍ଧି ଧରି ପାକିସ୍ତାନର ଆଇଏସଆଇ ଓ ଆତଙ୍କବାଦୀଙ୍କ ଠାରୁ ତାଙ୍କ ପ୍ରତି ବିପଦ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.