ରେଳ ମନ୍ତ୍ରଣାଳୟ ବନାଇଲା ‘Koo’ ଆପରେ ଆକାଉଣ୍ଟ, ମିଳିବ ରେଳବାଇର ସମସ୍ତ ସୂଚନା

ଦେଶକୁ ଆତ୍ମ ନିର୍ଭର ବନାଇବା ପାଇଁ ଭାରତରେ ସୋସିଆଲ ମିଡିଆ ଆପ୍ ଏବଂ ମାଇକ୍ରୋ ବଲିଗିଂ ସାଇଟର ବିକଳ୍ପ ଭାବେ ଉଭା ହୋଇଥିବା ସ୍ବଦେଶୀ ‘କୁ ’ଆପ୍ରେ ଭାରତୀୟ ରେଳ ଏହାର ଅଫିସିଆଲ୍ ଆକାଉଣ୍ଟ୍ ଖୋଲିଛି। ଆତ୍ମନିର୍ଭର ଆପ୍ ଚ୍ୟାଲେଞ୍ଜ ପୁରସ୍କାର ଜିତିଥିବା ଏହି ଆପରେ ରେଳ ମନ୍ତ୍ରଣାଳୟର ହ୍ଯାଣ୍ଡେଲ୍ ନାମ ହେଉଛି RailMinIndia। ରେଳବାଇ ସହିତ ଜଡିତ ସମସ୍ତ ତତ୍କାଳ ସୂଚନା ପ୍ରାପ୍ତ କରିପାରିବେ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦରକର ମଧ୍ୟ ଆଜି ଏହି ଆପରେ ନିଜର ଆକାଉଣ୍ଟ୍ ଖୋଲିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କିଛି ଦିନ ତଳେ ଏଥିରେ ଆକାଉଣ୍ଟ୍ ଖୋଲିଥିଲେ। ତାଙ୍କ ଫଲୋୟର ସଂଖ୍ୟା ୫ ଲକ୍ଷରୁ ଅଧିକ ହୋଇଗଲାଣି। ଟ୍ବିଟର୍ ସହିତ ବିବାଦ ଦେଖାଦେବା ପରଠାରୁ କେନ୍ଦ୍ର ସରକାର Koo ଆପର ପ୍ରଚାର କରୁଛନ୍ତି। ଏଥିରେ ମନ୍ତ୍ରୀ, ସରକାରୀ କାର୍ଯ୍ୟାଳୟଗୁଡ଼ିକ ଆକାଉଣ୍ଟ୍ ଖୋଲିଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଆକାଉଣ୍ଟ୍ ଖୋଲିବାକୁ ମନ୍ତ୍ରୀମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.