୧୦ ବର୍ଷିୟ ବାଳକ ଦ୍ୱାରା ଗର୍ଭବତୀ ହେଲା ୧୩ ବର୍ଷୀୟା ବାଳିକା, ଆଶ୍ଚର୍ଯ୍ୟ ଡାକ୍ତର, ସମସ୍ୟାରେ ପରିବାର

ବେଳେବେଳେ କିଛି ଏପରି ଘଟଣା ଆଖି ସାମ୍ନାକୁ ଆସେ ଯାହାକୁ ଦେଖିବା ପରେ କିମ୍ବା ଶୁଣିବା ପରେ ମଣିଷ ଆଶ୍ଚର୍ଯ୍ୟ ହୋଇଯାଏ ଏବଂ ଭାବେ ସତରେ କଣ ଏହା ସମ୍ଭବ ? ତେବେ ଏପରି ଏକ ଘଟଣା ଘଟିଛି ରୁଷରେ । ଏଠାରେ ଜଣେ ୧୩ବର୍ଷୀୟା ବାଳିକା ଗର୍ଭବତୀ ହେବାପରେ ନିଜ ପେଟରେ ବଢୁଥିବା ପିଲାର ବାପା ତାର ୧୦ ବର୍ଷୀୟ ପ୍ରେମିକ ବୋଲି କହିଛନ୍ତି । ଏପରି ଏକ ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ କିନ୍ତୁ ଏହା ସତ । ବାଳିକାର କହିବା ଅନୁଯାୟୀ ପ୍ରାୟ ଏକ ବର୍ଷ ପୂର୍ବେ ତାର ଇବାନ ନାମକ ଏକ ବାଳକ ସହ ଦେଖା ହୋଇଥିଲା ଯାହାପରେ ତାକୁ ପ୍ରେମ ହୋଇଯାଇଥିଲା । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

10 साल के लड़के से प्रेग्नेंट हुई 13 साल की लड़की, डॉक्टर हैरान-परिवार परेशान

ସୂଚନା ଅନୁଯାୟୀ ରୁଷର Zheleznogorsk ସହରରେ ବାସ କରନ୍ତି ଡରିୟା ଏବଂ ଇବାନ । ତେବେ ‘ଦ ରସିୟା 1’ ଚ୍ୟାନେଲର ‘Father at 10′ ନାମକ ଏକ ଟିଭି ଶୋ ଜରିଆରେ ସେମାନଙ୍କର କାହାଣୀ ସମସ୍ତଙ୍କ ସାମ୍ନାକୁ ଆସିଥିଲା । ନିଜ ବାପା ମା’ ଙ୍କ ସହମତି ଦ୍ୱାରା ଦୁଇ ପିଲା ଏହି ଶୋ’ ରେ ଭାଗ ନେଇଥିଲେ । ତା ସହିତ ତାଙ୍କ ପ୍ୟାରେଣ୍ଟ ପିଲାମାନଙ୍କର ଡାକ୍ତରି ଯାଞ୍ଚ ପାଇଁ ମଧ୍ୟ ଅନୁମତି ଦେଇଥିଲେ । ଯଦିଓ ଇବାନକୁ ପରୀକ୍ଷା କରୁଥିବା ଡାକ୍ତର କହିଥିଲେ ଯେ ସେ ସ୍ପର୍ମ ପ୍ରଡ୍ୟୁସ କରିବା ପାଇଁ ବହୁତ କମ ମ୍ୟାଚୁଅର ଅଟନ୍ତି ଏବଂ ସେ ପିଲାର ବାପା ହୋଇପାରିବେ ନାହିଁ କିନ୍ତୁ ଡରିୟା ଏହି କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

Image result for baby shock boy 10 year old got girl 13 pregnant

୮ ସପ୍ତାହର ଗର୍ଭବତୀ ଥିବା ଡରିୟା ଏବଂ ତାଙ୍କ ମା ପିଲାକୁ ରଖିବାକୁ ଚାଁହୁଛନ୍ତି । ଡ଼ରିୟାର ମାଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ନିଜେ ଏହି ସମ୍ପର୍କକୁ ସ୍ୱୀକାର କରୁଛି । ଏପରିସ୍ଥଳେ ଇୱାନର ମାଙ୍କୁ ମଧ୍ୟ ଲାଗୁଛି ଯେ ତାଙ୍କ ପୁଅ ସତ କହୁଛି । ସେ କହିଛନ୍ତି ଯେ “ମୁଁ ବୁଝୁଛି ଯେ ସେ ଏକ ଛୋଟ ପିଲା । ସେ ନିଜେବି ଜାଣିନାହିଁ ସେ କଣ କରିଛି । ତେବେ ଯାହା ହେବାର କଥା ତାହା ହୋଇସାରିଛି ।”

10 साल के लड़के से प्रेग्नेंट हुई 13 साल की लड़की, डॉक्टर हैरान-परिवार परेशान

ଡରିୟା କହିଛନ୍ତି ସେ ଏବଂ ତାଙ୍କ ବୟଫ୍ରେଣ୍ଡ ଜଣେ ଅନ୍ୟଜଣଙ୍କର ଯତ୍ନ ନିଅନ୍ତି ଏବଂ ଦୁହେଁ ମଧ୍ୟ ସୋସିଆଲ ମିଡିଆରେ ନିଜକୁ ମ୍ୟାରେଡ ବୋଲି ଲେଖିଛନ୍ତି । ତେବେ ଏହି ଦମ୍ପତ୍ତିଙ୍କୁ ସ୍ଥାନୀୟ ଲୋକ ଓ ସମାଜର ରାଗକୁ ସାମ୍ନା କରିବାକୁ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.