ଆଇଆରସିଟିସି ଦୁର୍ନୀତି ମାମଲା , ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ନିୟମିତ ଜାମିନ୍‌

ଦିଲ୍ଲୀ(କେନ୍ୟୁଜ୍) : ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି । ଆଇଆରସିଟିସି ଦୁର୍ନୀତି ମାମଲାରେ ମିଳିଲା ନିୟମିତ ଜାମିନ୍‌ । ପଟିଆଲା ହାଉସ୍‌ କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ସେହିପରି ଲାଲୁ ଯାଦବଙ୍କ ପତ୍ନୀ ରାବଡୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଜାମିନ୍‌ ପ୍ରଦାନ କରିଛନ୍ତି କୋର୍ଟ । ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ କୋର୍ଟ ଜାମିନ୍‌ ଦେଇଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି କୋର୍ଟ ଶୁଣାଣି କରିଥିଲେ । ଆସନ୍ତା ଫେବ୍ରୁଆରୀ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସିବିଆଇ ଓ ଇଡି ପକ୍ଷରୁ ଆଇଆରସିଟିସିରେ ଦୁର୍ନୀତି ନେଇ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

 

 

 

Leave A Reply

Your email address will not be published.