Below header

ଆନ୍ଧ୍ର ପ୍ରଦେଶ : ଭୋଟ ହାତେଇବା ପାଇଁ ମାଧ୍ୟମ ସାଜିଛି ତିରୁପତି ଲଡ଼ୁ, ମନା କଲେ ମଲେ, ହଁ କଲେ ଗଲେ

ତିରୁପତି :  ଭୋଟରଙ୍କୁ ଆପଣେଇବା ପାଇଁ ରାଜନେତା ବିଭିନ୍ନ ମାଧ୍ୟମ ବାଛିଥାନ୍ତି । କେଉଁଠି ଟିଭି ବାଣ୍ଟିକରି ତ କେଉଁଠି ଟଙ୍କା ବାଣ୍ଟି କରି । ରାଜନେତାଙ୍କର ଏହି ପରମ୍ପରା ପୁରୁଣା । ହେଲେ ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲା ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନେତା ଯେଉଁ ଟ୍ରିକ୍‌ ଆପଣେଇଛନ୍ତି ତାହା ସମ୍ପୂର୍ଣ୍ଣ ନିଆରା । ଠାକୁରଙ୍କୁ ବି ମାଧ୍ୟମ କରିବାକୁ ପଛାଇ ନାହାଁନ୍ତି ଏଠିକାର ରାଜନେତା ।

ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲାରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ତେବେ ଭୋଟରଙ୍କୁ ନିଜ ଦଳକୁ ଆଣିବା ପାଇଁ ଏବେ ମାଧ୍ୟମ ସାଜିଛନ୍ତି ଖୋଦ୍‌ ତିରୁପତି ଠାକୁର । ଲେକାଙ୍କ ଭକ୍ତି ଭାବାବେଗକୁ ବି ହାତେଇବାକୁ ଛାଡୁନାହାଁନ୍ତି ରାଜନେତା । ତେଣୁ ଭୋଟରଙ୍କ ଘରକୁ ବଣ୍ଟା ଯାଉଛି ବାଲାଜୀ ତିରୁପତିଙ୍କ ଲଡୁ । ଲଡୁ ମନା କଲେ ମଲେ କାରଣ ଠାକୁରଙ୍କ କୋପ ଦୃଷ୍ଟି ପଡିବ । ଆଉ ହଁ କଲେ ମଧ୍ୟ ଗଲେ ମାନେ ଫସିଲେ । ଭୋଟ ଦେବାକୁ ପଡ଼ିବ ।

ଏମିତି ଅଭିନବ ଉପାୟ ଆପଣେଇଛନ୍ତି ସେଠାକାର ରାଜନେତାମାନେ । ଲୋକେ ଯେତେବେଳେ ଭଗବାନଙ୍କ ଲଡୁ ଘର ପାଖରେ ପାଇ ପାରୁଛନ୍ତି ତେବେ ଏହାକୁ କିଏ କାହିଁକି ମନା କରିବ । ରାଜନେତାଙ୍କର ବି ଫାଇଦା । ମାତ୍ର ୨୦୦ ଟଙ୍କାରେ ବାଲାଜୀଙ୍କ ଲଡୁ ଦେଇ ଲୋକଙ୍କୁ ହାତେଇବାର ଏହି ସହଜ ଉପାୟ ବା ଆଉ କେଉଁଠୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.