ମହିଳାଙ୍କ ସୁରକ୍ଷା ପାଇଁ ବେଙ୍ଗାଲୁରୁ ଏୟାରପୋର୍ଟରେ ଆରମ୍ଭ ହେଲା ପିଙ୍କ୍ କାର ବ୍ୟବସ୍ଥା , ଜାଣନ୍ତୁ କଣ ରହିଛି ଫାଇଦା

ବେଙ୍ଗାଲୁରୁ (କେନ୍ୟୁଜ୍) : ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ବେଙ୍ଗାଲୁରୁର ଏୟାଲାଇନ୍ ଏକ ନୁଆ ପଦକ୍ଷେପ ନେଇଛନ୍ତି । ସାଧାରଣତଃ ବିଳମ୍ବିତ ରାତିରେ ଏୟାରପୋର୍ଟକୁ ଯିବା ଆସିବା ପାଇଁ ମହିଳା ମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରିଥାନ୍ତି। କାରଣ ଏୟାରପୋର୍ଟରେ ନିୟୋଜିତ ଗାଡି ଗୁଡିକ ସାଧାରଣତଃ ପୁରୁଷ ମାନେ ଚଲାଇଥିବା ବେଳେ ସେମାନଙ୍କର ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଖବର ଶୁଣିବାକୁ ମିଳିଛି। ଏନେଇ ଏବେ ଏୟାରପୋର୍ଟରେ ଥିବା ଗାଡି ଗୁଡିକୁ ମହିଳା ମାନେ ଚାଳନା କରିବା ନେଇ ଘୋଷଣା କରାଇଛି । ଏହି ଗାଡ଼ିର ନାମ ପିଙ୍କ କାର ରଖାଯାଇଛି। ଏହି ଗାଡିରେ କେବଳ ମହିଳା ଯାତ୍ରୀ ମାନେ ଯିବା ଆସିବା କରିବେ ବୋଲି ସୁଚନା ମିଳିଛି ।

women-only-taxi

କେମ୍ପାଗୈାଡା ଇଣ୍ଟରନେସନାଲ ଏୟାରପୋର୍ଟ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଥିବା ସୁଚନା ମିଳିଛି । ପ୍ରଥମ ପର‌୍ୟ୍ୟାୟରେ ମହିଳାଙ୍କ ପାଇଁ ୧୦ଟି ଗାଡି ନିୟୋଜି ହୋଇଛି। ଏହି ଗାଡି ଗୁଡିକର ଚାଳନା ପାଇଁ ମହିଳା ଡ୍ରାଇଭର ମାନଙ୍କୁ ନିୟୋଜିତ କରାଯାଇଛି । ଏହି ମହିଳା ଚାଳକଙ୍କ ଦକ୍ଷତା ଅନୁସାରେ ଏମାନଙ୍କୁ ନିୟୋଜିତ କରାଯାଇଛି । ଏମାନେ ସବୁପ୍ରକାର ଭାଷା ଜାଣିବା ସହ ଗାଡି ଚାଳନାରେ ପାରଙ୍ଗମ ରହିଛନ୍ତି ।

cab

କର୍ଣ୍ଣାଟକ ଷ୍ଟେଟ୍ ଟୁରିଜିମ୍ ଡେଭ୍ଲୋପମେଂଟ କ୍ରୋପ ଏବଂ ବାଙ୍ଗାଲୁରୁ ଇଂଟରନେସନାଲ ଏୟାରପୋର୍ଟ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯାହା ଭାରତରେ ପ୍ରଥମ ବୋଲି ସୁଚନା ମିଳିଛି । ଏହା ଦ୍ୱାରା ମହିଳା ଯାତ୍ରୀ ମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ ବୋଲି ସୁଚନା ଦିଆଯାଇଛି ।