ମାତ୍ର ୮ ମିଟର ଦୂରରେ ଥିଲା ମୃତ୍ୟୁ, ବାଘର ଆଖିରେ ଆଖି ମିଶାଇ ଦେଢ ଘଂଟା ଛିଡା ହୋଇ ରହିଲେ ମହିଳା ବନରକ୍ଷକ. . . .ଆଉ ତାପରେ

ମାତ୍ର ୮ ମିଟର ଦୂରରେ ଥିଲା ମୃତ୍ୟୁ । ଜୀବନ ନେବାକୁ ବସିଥିଲା ବାଘ ସାମ୍ନାରେ  ଆଉ କରୁଥିଲା ଚିତ୍କାର । ହେଲେ ଡରିଯାଇନଥିଲେ ମହିଳା ବନରକ୍ଷକ । ମୃତ୍ୟୁର ଆଖିରେ ଆଖି ମିଶାଇ ଦେଢ ଘଂଟା କାଳ ଅନାଇରହିଥିଲେ । ଆଉ ତା ପରେ . . . ତାପରେ ହାରିଯାଇଥିଲା ବାଘଟି । ଚାଲିଯାଇଥିଲା ପଛଘୁଂଚା ଦେଇ । ଏହାକୁ ପଢି ଆପଣ ଭାବୁଥିବେ କୌଣସି ଫିଲ୍ମର କାହାଣୀ କିମ୍ବା ଗାଳ୍ପିକର ଗପ । କିନ୍ତୁ ଏହା ନିରାଟ ସତ ଘଟଣା । ଯାହା ଘଟିଛି ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲାରେ ।

ସୂଚନା ଅନୁସାରେ, ପଶୁ ଗଣନା ପାଇଁ ଚୌକିଦାରଙ୍କ ସହ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ ମହିଳା ବନରକ୍ଷକ ସୁଧା ଧୁର୍ବେ । ସକାଳ ୬ ଟା ସମୟରେ ସେଠାରେ ସୁଧାଙ୍କୁ କିଛି ପାଦ ଚିହ୍ନ ଦେଖାଦେଲା । ଯାହାର ପିଛା କରି ଏକ ନାଳ ପାଖେ ପହଂଚିଥିଲେ । ହେଲେ ଏହା ପରେ ଯାହା ଦେଖିଲେ ସୁଧାଙ୍କ ହୋସ୍ ଉଡିଗଲା । ସାମ୍ନାରେ ଥିଲା ମୃତ୍ୟୁ । ମାତ୍ର ୮ ରୁ ୧୦ ମିଟର ଦୂରରେ ବସିଥିଲା ବାଘ ।

ହେଲେ ଭୟ କରିନଥିଲେ ସୁଧା । ଏବଂ ଚୌକିଦାରଙ୍କ ଦୌଡି ପଳାଇନଯିବାକୁ ଇସାରାରେ କହିଥିଲେ । କାରଣ ଜଣେ ଚୌକିଦାର ଯେମିତି ଯିବା ପାଇଁ ଗୋଟିଏ ପାଦ ପଛକୁ କରି ସେମିତି ଆକ୍ରମଣ ମୁଦ୍ରାକୁ ଚାଲିଆସିଲା ବାଘ । ବାଘର ଆଖିରେ ଆଖି ମିଶାଇ ସେମିତି ଦେଢ ଘଂଟା ଛିଡା ହୋଇ ରହିଲେ ସୁଧା । ଆଉ ସୁଧାଙ୍କ ସାମ୍ନାରେ ହାରିଗଲା ବାଘ । ଏବଂ ପଛ ଘୁଂଚା ଦେଇ ଚାଲିଯାଇଥିଲା ଜଙ୍ଗଲକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.