Below header

ଅଦ୍ଭୁତ ! ଗୋଟିଏ ମାସରେ ୩ ଥର ମା’ ହେଲେ ମହିଳା, ଡାକ୍ତର ବି ଆଶ୍ଚର୍ଯ୍ୟ

ଆମେ ସମସ୍ତେ ଜାଣିଛନ୍ତି ଯେ ଗୋଟିଏ ପିଲା ଜନ୍ମ ନେବା ପାଇଁ ଶିଶୁକୁ ୯ ମାସ ପର୍ଯ୍ୟନ୍ତ ମା’ ଗର୍ଭରେ ରହିବାକୁ ପଡିଥାଏ, ଏହାପରେ ଯାଇ ଶିଶୁଟି ଜନ୍ମ ନେଇଥାଏ। କିନ୍ତୁ ଭାରତର ବାଂଗାଲାଦେଶରେ ଜଣେ ମହିଳା ମାତ୍ର ଗୋଟିଏ ମାସରେ ୩ଟି ସନ୍ତାନ ଜନ୍ମ କରିଛନ୍ତି। ୨୦ ବର୍ଷିୟା ଆରିକା ସୁଲତାନ ଏକ ମାସରେ ତିନୋଟି ସନ୍ତାନ ଅଲଗା ଅଲଗା ସମୟରେ ଜନ୍ମ ଦେଇଛନ୍ତି। ଆରିକା ଗୋଟେ ସନ୍ତାନ ଜନ୍ମ ଦେବାର ୨୬ ଦିନ ପରେ ପୁଣି ଜାଆଁଳା ସନ୍ତାନକୁ ଜନ୍ମ ଦେଲେ, ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

deliveryମହିଳାଙ୍କର ତିନି ସନ୍ତାନ ସୁସ୍ଥ ଅଛନ୍ତି। ଏହି ଘଟଣାରେ ଡାକ୍ତର କୁହନ୍ତି ତାଙ୍କୁ ପ୍ରଥମ ସନ୍ତାନ ଜନ୍ମ ବେଳେ ଏମିତି କୌଣସି ସୂଚନା ମିଳିନଥିଲା ଯେ ମହିଳଙ୍କ ଗର୍ଭରେ ଆଉ ଦୁଇ ପିଲା ବଢ଼ୁଛନ୍ତି। ଆରିକା ସୁଲତାନ ଡାକ୍ତରଙ୍କୁ କହିଲେ ଯେ ତାଙ୍କର ପ୍ରଥମ ଡେଲିଭରୀ ନର୍ମାଲ ହୋଇଥିଲା କିନ୍ତୁ ଏହି ସମୟରେ ତାଙ୍କର ଗର୍ଭରେ ଆଉ ଦୁଇଟି ସନ୍ତାନ ବଢ଼ୁଥିବା ବିଷୟରେ ସେ ଜାଣିନଥିଲେ।
ଏମିତି ଜଣାପଡିଲା

babyଯେତେବେଳେ ଆରିକାଙ୍କର ପ୍ରଥମ ପିଲା ଜନ୍ମର ୨୬ ଦିନ ପରେ ପୁଣି ପେଟ ଯନ୍ତ୍ରଣା ହେଲା, ସେତେବେଳେ ସେ ଡାକ୍ତରଙ୍କ ପାଖକୁ ଗଲେ ଏବଂ ଅଲଟ୍ରାସୋନୋଗ୍ରାଫି ଜରିଆରେ ଜଣାପଡିଲା ଯେ ତାଙ୍କ ପେଟରେ ଦୁଇ ଗର୍ଭାଶୟ ଥିଲା ଏବଂ ଦ୍ୱିତୀୟ ଗର୍ଭାଶୟରେ ଜାଆଁଳା ପିଲା ବଢ଼ୁଥିଲେ। ପ୍ରଥମେ ପିଲାର ନର୍ମାଲ ଡେଲିଭରୀ ପରେ ଡାକ୍ତର ଏଥର ଅପରେସନ କରି ପିଲା ଜନ୍ମ କରିବାକୁ ନିଷ୍ପତ୍ତି ନେଲେ। ଆରିକା ପ୍ରଥମ ଥର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯାହା ପରେ ଯେଉଁ ଯାଆଁଳା ପିଲା ଜନ୍ମ କଲେ ସେମାନଙ୍କ ମଧ୍ୟରୁ ଗୋଟେ ପୁଅ ଓ ଝିଅ ଥିଲେ। ଡାକ୍ତର କହିଛନ୍ତି ୩ ସନ୍ତାନ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.