ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଘଟଣା : ବେଙ୍ଗାଲୁରୁ ପୋଲିସର କାର୍ୟ୍ୟାନୁଷ୍ଠାନ

ବେଙ୍ଗାଲୁରୁ : ଫେସବୁକରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଆତ୍ମହତ୍ୟା ଧମକ ଘଟଣାରେ ପୋଲିସର କାର୍ୟ୍ୟାନୁଷ୍ଠାନ । ବେଙ୍ଗାଲୁରୁ ପୋଲିସ ଭାଇରାଲ ଭିଡିଓକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ମାଆଙ୍କ ଏତଲା କ୍ରମେ ମାମଲା ରୁଜୁ କରିଛି ପୋଲିସ । ନିଜ ଫେସ୍ବୁକ୍ରେ ପ୍ରେମିକାର ଭିଡିଓ ଭାଇରାଲ କରି ଆତ୍ମହତ୍ୟା ଧମକ ଦେଇଥିଲେ ମୟୂରଭଞ୍ଜ ଶୁଲିଆପଦା ଅଞ୍ଚଳର ଜଣେ ଯୁବକ । ଯୁବକ ଜଣଙ୍କ ବେଙ୍ଗାଲୁରୁରେ ରୁହନ୍ତି ଓ ସେ ବିବାହିତ। ପ୍ରେମିକାର ବିବାହ ଅନ୍ୟତ୍ର ହୋଇଯିବାରୁ ସେ ଏପରି କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.