Below header

ଆମେରିକାରେ ଟିକା ନେବାକୁ ପ୍ରଲୋଭନ : ଟିକା ନେଲେ ମିଳିବ ମଦ ଓ ଗଞ୍ଜେଇ

ନ୍ୟୁୟର୍କ :  କରୋନା ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଛି । ସବୁ ଦେଶରେ ଏବେ କରୋନା ଟିକାକରଣ ଚାଲିଥିବା ବେଳେ କିଛି ଲୋକ ଟିକା ନେବାକୁ ରାଜି ହେଉନାହାଁନ୍ତି । ଏଭଳି ଲୋକଙ୍କୁ ଟିକାକରଣରେ ସାମିଲ କରିବାକୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଅଫରମାନ ମଧ୍ୟ ଦିଆଯାଉଛି । ଆମେରିକାରେ କିନ୍ତୁ ଅଫର ଦିଆଯାଇଛି ଭିନ୍ନ ଧରଣର । ଏଠାରେ ଟିକା ନେଲେ ମଦ ଓ ଗଞ୍ଜେଇ ନେବାକୁ ଘୋଷଣା କରାଯାଇଛି । ଆମେରିକାର ଓହିରେ ଥିବା ଏକ ମଦ କମ୍ପାନି ଟିକା ନେଲେ ମାଗଣାରେ ବିୟର ଦେବାକୁ ଘୋଷଣା କରିଛି । ସେହିପରି ମିଚିଗାନ ସହରରେ ଏକ କମ୍ପାନି ଟିକା ନେଲେ ଗଞ୍ଜେଇ ଦେବାକୁ ମଧ୍ୟ ଅଫର ଦେଇଛି ।

କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟିକା ନେବାକୁ ଆସୁଥିବା ଲୋକଙ୍କୁ ଗାଡ଼ି ଭଡ଼ ମଧ୍ୟ ଦିଆଯାଉଛି । ଫଳରେ ଲୋକ ଆଗଭର ହୋଇ ଟିକାକରଣ କେନ୍ଦ୍ରକୁ ଆସିପାରିବେ । ଏହି ଅଭିଯାନରେ ମଧ୍ୟ ସାମିଲ ହୋଇଛି ବିଶ୍ୱର ଜଣାଶୁଣା କମ୍ପାନୀ ଓବେର୍‌ । ଟିକା କେନ୍ଦ୍ରକୁ ଯାଉଥିବା ଲୋକଙ୍କୁ ମାଗଣାରେ ନେବାରେ ବ୍ୟବସ୍ଥା କରିଛି । ତଥାପି ଲୋକେ ଟିକା ନେବାକୁ ଯାଉନଥିବା ଜଣାଯାଇଛି ।

ଭାରତେ ମଧ୍ୟ କରୋନା ଟିକା ନେବା ପାଇଁ ଲୋକଙ୍କୁ ଆକର୍ଷକ ଉପହାର ଦିଆଯାଉଥିବା ଜଣାଯାଇଛି । ଗୁଜୁରାଟର ଜଣେ ସୁନା ବେପାରୀ ମହିଳାଙ୍କୁ ନାକଫୁଲ ଦେଉଥିବା ଖବର ଜାଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.