କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ମୋଦି ଜଣାଇଲେ ଶୁଭେଚ୍ଛା, ଲୋକଙ୍କ ଆଶା ପୁରଣ କରି ପାରିଥିବା କଥା କହିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କଂଗ୍ରେସ ଦଳକୁ କର୍ଣ୍ଣାଟକରେ ତା’ର ବିଜୟ ପାଇଁ ଏକ ଟ୍ଵିଟର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ’କର୍ଣ୍ଣାଟକ ବିଧାନସଭାରେ ବିଜୟ ପାଇଁ କଂଗ୍ରେସ ଦଳକୁ ଶୁଭେଚ୍ଛା, ଲୋକଙ୍କ ଆଶା ପୁରଣ କରିପାରିଥିବାରୁ ମୋର ଶୁଭେଚ୍ଛା ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କଂଗ୍ରେସ ଦଳକୁ କର୍ଣ୍ଣାଟକରେ ତା’ର ବିଜୟ ପାଇଁ ଏକ ଟ୍ଵିଟର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି ’କର୍ଣ୍ଣାଟକ ବିଧାନସଭାରେ ବିଜୟ ପାଇଁ କଂଗ୍ରେସ ଦଳକୁ ଶୁଭେଚ୍ଛା, ଲୋକଙ୍କ ଆଶା ପୁରଣ କରିପାରିଥିବାରୁ ମୋର ଶୁଭେଚ୍ଛା ବୋଲି କହିଛନ୍ତି । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ବିଜେପିକୁ ଏତେ ବର୍ଷ ସେବା କରିବାର କର୍ଣ୍ଣାଟକବାସୀ ସୁଯୋଗ ଦେଇଥିବାରୁ ମୁଁ ମଧ୍ୟ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ।

ଏହି ସମୟରେ ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ସିଦ୍ଦରାମାୟା କହିଛନ୍ତି, କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ବିଜୟ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକ ମାଇଲ ଖୁଣ୍ଟ । କର୍ଣ୍ଣାଟକରେ ଲୋକେ ପିଏମ ମୋଦୀ, ଅମିତ ଶାହ ଓ ଜେପି ନଡ୍ଡା ରାଜନୀତିର ଜବାବ ଦେଇଛନ୍ତି । ତେବେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଏହି ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ।

ପରାଜୟ ପାଇଁ ଅନେକ କିଛି କାରଣ ରହିଛି, ଆମେ ତାହାର ବିଶ୍ଳେଷଣ କରି ଦଳକୁ ମଜବୁତ କରିବୁ ବୋଲି ଶ୍ରୀ ବୋମାଇ କହିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ, କଂଗ୍ରେସର ଏହି ବିଜୟ ଦୁର୍ନୀତି ଓ ଦରଦାମ ବୃଦ୍ଧି ବିରୋଧରେ ବୋଲି କହିଛନ୍ତି । ଏଠାରେ ଅନ୍ୟ ରାଜ୍ୟରୁ ୪୦ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆସି ପ୍ରଚାର କରିଥିଲେ ମଧ୍ୟ ଫଳ କ’ଣ ହେଲା ? ଯାହା ରାଜ୍ୟର ଜନତା ଚାହିଁଥିଲେ ତାହା ହିଁ ହେଲା ବୋଲି ସଭାପତି ମଲ୍ଲିକାର୍ଜୁନ କହିଥିଲେ ।