ମା ଓ ଛୁଆଙ୍କୁ ବୀଭତ୍ସ୍ୟ ହତ୍ୟା କରି ଦୁର୍ବୃତ୍ତ ଫେରାର, ବନ୍ଦ ଘରୁ ଉଦ୍ଧାର ହେଲା ୩ ଜଣଙ୍କ ମୃତଦେହ

ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା। ତିନି ମୃତଦେହକୁ ଚାଦରରେ ଢଙ୍କା ଯାଇଥିବା ଦେଖାଯାଇଛି। ପ୍ରାୟ ୪ ଦିନ ହେବ ମୃତଦେହ ଗୁଡିକ ଘର ଭିତରେ ପଡିରହିଥିଲା।

ସମ୍ବଲପୁର(କେନ୍ୟୁଜ୍): ବନ୍ଦ ଘରେ ତିନି ମୃତଦେହ। ମହିଳାଙ୍କ ସମେତ ୨ ଶିଶୁଙ୍କ ମୃତଦେହ ଉଦ୍ଧାର। ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଞ୍ଚଳରେ ଚାଞ୍ଚଲ୍ୟ। ମା ଓ ଦୁଇ ଛୁଆଙ୍କୁ ବୀଭସ୍ୟ ହତ୍ୟା କରି ଫେରାର ହୋଇଛି ଦୁର୍ବୃତ୍ତ। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗା ଯାଇଥିଲା। ତିନି ମୃତଦେହକୁ ଚାଦରରେ ଢଙ୍କା ଯାଇଥିବା ଦେଖାଯାଇଛି। ପ୍ରାୟ ୪ ଦିନ ହେବ ମୃତଦେହ ଗୁଡିକ ଘର ଭିତରେ ପଡିରହିଥିଲା।

ସାଜିୟା ନାମକ ମହିଳାଙ୍କ ସ୍ୱାମୀ ଦୁଇ ବର୍ଷ ଆଗରୁ ମୃତ୍ୟୁବରଣ କରିଛନ୍ତି। ପରେ ସେ ଅନ୍ୟ ଜଣେ ଯୁବକ ସହ ସେ ସମ୍ପର୍କ ରଖିଥିଲେ। ଅଧିକାଂଶ ସମୟରେ ଯୁବକ ଜଣକ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ। କିନ୍ତୁ ଗତ ୪ଦିନ ଧରି ତାର କୌଣସି ପତ୍ତା ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୃତ ଶିଶୁମାନଙ୍କ ବୟସ ୮ ବର୍ଷ ଓ ୬ ବର୍ଷ ବୋଲି ଜଣାପଡ଼ିଛି। ଧନୁପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ହତ୍ୟାକାଣ୍ଡ ଘଟିଛି ତାର କାରଣ ଅସ୍ପଷ୍ଟ ରହିଛି।..