ବିଜୟ ଉତ୍ସବରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, ‘ଲୋକଙ୍କ ପାଇଁ କାମ କରିବା ହିଁ ସୁଶାସନ’
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟର ଶ୍ରେୟ ଝାରସୁଗୁଡ଼ାବାସୀ ଓ ମହିଳା ଶକ୍ତିଙ୍କର। ବିଜୟ ପରେ ଭୁବନେଶ୍ୱରରେ ଶଙ୍ଖ ଭବନରେ ବିଜୟ ଉତ୍ସବ ପାଳନରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କେନ୍ୟୁଜ୍(ବ୍ୟୁରୋ): ବିଜୟ ଉତ୍ସବରେ ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ । ସିଙ୍ଗଲ୍ କି ଡବଲ ଇଞ୍ଜିନ ନୁହଁ, ସୁଶାସନ ଗୁରୁତ୍ୱପୂର୍ଣ୍ଣ । ସୁଶାସନ ଓ ଲୋକାଭିମୁଖୀ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟର ଶ୍ରେୟ ଝାରସୁଗୁଡ଼ାବାସୀ ଓ ମହିଳା ଶକ୍ତିଙ୍କର। ବିଜୟ ପରେ ଭୁବନେଶ୍ୱରରେ ଶଙ୍ଖ ଭବନରେ ବିଜୟ ଉତ୍ସବ ପାଳନରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜେଡି ତାର ଉଦ୍ୟମକୁ ଆହୁରି ଜୋରଦାର କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରେ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି ନବୀନ। ପଦ୍ମପୁରରେ ମହିଳା ପ୍ରାର୍ଥୀଙ୍କୁ ଗାଳି ଦେଇଥିଲେ ବିରୋଧୀ । ବାପାକୁ ହରାଇଥିବା ଝିଅମାନଙ୍କୁ ଗାଳି କରିଛନ୍ତି ବିରୋଧୀ । ତୃଣମୂଳସ୍ତରରେ କାମ କରୁଥିବା ମହିଳାଙ୍କୁ ଅସମ୍ମାନ କରିଛନ୍ତି । ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି ବୋଲି ସେ କହିଛନ୍ତି। ନବବାବୁ ଆରମ୍ଭ କରିଥିବା ବିକାଶକୁ ଆଗେଇ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।