ଗ୍ରାଉଣ୍ଡରେ ପହଞ୍ଚି ମାଓ ଦମନ ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି ସୁନୀଲ ବଂଶଲ

ସୁନାବେଡା ହେଲିପ୍ୟାଡରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହ ମାଓ ଦମନ ଅପରେସନ ସମ୍ପର୍କରେ କରିଥିଲେ ଆଲୋଚନା କରିଛନ୍ତି। ମାଓବାଦୀଙ୍କ ଦ୍ୱାରା ହିଂସାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ଡିଜିପି।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ପୋଲିସର ମାଓ ଦମନ ଅପରେସନ । ଗ୍ରାଉଣ୍ଡରେ ପହଞ୍ଚି ମାଓ ଦମନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ପ୍ରଥମେ କୋରାପୁଟ ଗସ୍ତ କରିଥିଲେ ଡିଜିପି। ସୁନାବେଡା ହେଲିପ୍ୟାଡରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ ବିଏସଏଫ ଅଧିକାରୀଙ୍କ ସହ ମାଓ ଦମନ ଅପରେସନ ସମ୍ପର୍କରେ କରିଥିଲେ ଆଲୋଚନା କରିଛନ୍ତି। ମାଓବାଦୀଙ୍କ ଦ୍ୱାରା ହିଂସାକାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ଡିଜିପି।

ଏହା ସହ ହିଂସାର ପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ଵାନ କରିଛନ୍ତି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜରେ ମାଓ ବିରୋଧି ଅପରେସନକୁ ଜୋରଦାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପରେ କନ୍ଧମାଳ ଜିଲ୍ଲା ଗସ୍ତ କରିଥିଲେ ଡିଜିପି। ଫୁଲବାଣୀ ପୋଲିସ ରିଜର୍ଭ କ୍ୟାମ୍ପସ ପରିସରରେ BSF ଟାକଟିକଲ 99 ବାଟାଲିଆନର ହେଡ କ୍ୱାର୍ଟରର ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଆଇଜି ସତ୍ୟବ୍ରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ଏସପିଙ୍କ ଅଫିସରେ ମାଓ ଅଧ୍ୟୁଷିତ ଅଞ୍ଚଳ ଓ ମାଓ ଗତିବିଧି ନେଇ ସମୀକ୍ଷା ବୈଠକ କରିଥିଲେ। କନ୍ଧମାଳରେ ନକ୍ସଲ ଦମନ ଅପରେସନ ନେଇ ଡିଜିପି ସନ୍ତୋଷ ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.