ମୂଳ ଭାରତୀୟ ନୀରା ଟଣ୍ଡନ ଜୋ ବାଇଡେନଙ୍କ ଘରୋଇ ନୀତି ପରାମର୍ଶଦାତା ଭାବେ ନିଯୁକ୍ତ
ମୂଳ ଭାରତୀୟ ନୀରା ଟଣ୍ଡନଙ୍କୁ ବାଇଡେନ ସରକାର ଦେଇଛନ୍ତି ବଡ ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ଷ୍ଟାଫ ସେକ୍ରେଟାରୀ ନୀରା ଟଣ୍ଡନଙ୍କୁ ବର୍ତ୍ତମାନ ଘରୋଇ ନୀତି ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।
ମୂଳ ଭାରତୀୟ ନୀରା ଟଣ୍ଡନଙ୍କୁ ବାଇଡେନ ସରକାର ଦେଇଛନ୍ତି ବଡ ଦାୟିତ୍ୱ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ଷ୍ଟାଫ ସେକ୍ରେଟାରୀ ନୀରା ଟଣ୍ଡନଙ୍କୁ ବର୍ତ୍ତମାନ ଘରୋଇ ନୀତି ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ବାଇଡେନ ନିଜେ ଏହା ଘୋଷଣା କରିଛନ୍ତି।
‘ନ୍ୟୁୟର୍କ ଟାଇମ୍ସ’ ଅନୁଯାୟୀ, ଟଣ୍ଡନ୍ ମଧ୍ୟ ବାରାକ ଓବାମାଙ୍କ ପରାମର୍ଶଦାତା ରହିଆସିଛନ୍ତି। ଭାରତୀୟ ମୂଳ ନୀରା ସୁସେନ ରାଇସଙ୍କ ସ୍ଥାନ ନେବେ। ବାଇଡେନ ଏହାକୁ ନେଇ ଖୁସି ରହିଛନ୍ତି । ବାଇଡେନ କହିଛନ୍ତି, ତାଙ୍କ ଉପରେ ଇକୋନମିକ ପଲିସି , ହେଲଥ କେୟାର, ଇମିଗ୍ରେସନ ଏବଂ ଏଜୁକେସନ ବିଭାଗର ଦାୟିତ୍ୱ ରହିବ । ନୀରାଙ୍କର ପବ୍ଲିକ ପଲିସିରେ ୨୫ ବର୍ଷର ଅଭିଜ୍ଞତା ରହିଛି । ବର୍ତ୍ତମାନ ନୀରା ଆମେରିକା ରାଷ୍ଟ୍ରପତି ଜୋ ବାଇଜେଡନଙ୍କ ଷ୍ଟାଫ ସେକ୍ରେଟାରୀ ଭାବେ କାମ କରୁଛନ୍ତି ।
ନୀରା ପୂର୍ବରୁ ହ୍ଵାଇଟ ହାଉସର ରାଷ୍ଟ୍ରପତି ଓବାମାଙ୍କ ସ୍ୱାସ୍ଥ୍ୟ ଏବଂ ମାନବ ସମ୍ବଳ ଟିମରେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ସେ ଓବାମା-ବିଡେନ ରାଷ୍ଟ୍ରପତି ଅଭିଯାନ ପାଇଁ ଘରୋଇ ନୀତିର ନିର୍ଦ୍ଦେଶକ ଥିଲେ ଏବଂ ହିଲାରୀ କ୍ଲିଣ୍ଟନ ରାଷ୍ଟ୍ରପତି ଅଭିଯାନ ପାଇଁ ନୀତି ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।
ଟଣ୍ଡନ ନ୍ୟୁୟର୍କ ସିଟି ସ୍କୁଲର କୁଳପତିଙ୍କ ବରିଷ୍ଠ ପରାମର୍ଶଦାତା ତଥା କ୍ଲିଣ୍ଟନ୍ ହ୍ଵାଇଟ ହାଉସରେ ଡୋମେଷ୍ଟିକ ନୀତି ପାଇଁ ଆସୋସିଏଟ୍ ଡାଇରେକ୍ଟର ତଥା ପ୍ରଥମ ଲେଡିଙ୍କ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।