Below header

ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ବଡ଼ ଘୋଷଣା: ଦେଶରେ ଖୋଲିବ ୧୫୭ ନୂଆ ନର୍ସିଂ କଲେଜ; ୨୦୨୭ ସୁଦ୍ଧା ରକ୍ତହୀନତା ରୋଗକୁ କରାଯିବ ନାଶ

ଆଜି ୨୦୨୩ ବର୍ଷ ପାଇଁ ଦେଶର ବଜେଟ୍ ଉପସ୍ଥାପିତ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ର ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବର୍ଷ ୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏହି ବଜେଟ୍ ଦେଶ ପାଇଁ ବହୁତ ଖାସ୍‌ ରହିଛି। ବଜେଟରେ ଦେଶର ସ୍ୱାସ୍ଥ୍ୟ ବିଭାଗରେ ଅନେକ କିଛି ନୂଆ କରିବାକୁ ପ୍ରୟାସ କରାଯାଇଛି।

ବଜେଟରେ ସ୍ୱାସ୍ଥ୍ୟ ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି। ୧୫୭ଟି ନୂଆ ନର୍ସିଂ କଲେଜ ଖୋଲିବ । ୨୦୧୪ ପରେ ଖୋଲିଥିବା ୧୫୭ ମେଡିକାଲ କଲେଜ ସହ ସଂଯୁକ୍ତ ରହିବ ୧୫୭ ନର୍ସିଂ କଲେଜ। ଗବେଷଣା ପାଇଁ ସରକାରୀ ଓ ଘରୋଇ ମେଡିକାଲ କଲେଜ ICMR ଲ୍ୟାବ ବ୍ୟବହାର କରିପାରିବେ । ଶିଶୁ ଓ ଯୁବବର୍ଗଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା ହେବ। ଏଥିରେ ବିଭିନ୍ନ ବିଷୟରେ ପୁସ୍ତକ ଉପଲବ୍ଧ ହେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ନୂତନ ମେଡିକାଲ କଲେଜ ସ୍ଥାପନ କରାଯିବ। ଏଥିସହିତ ମେଡିକାଲ କଲେଜରେ ଅଧିକରୁ ଅଧିକ ଲ୍ୟାବ ବ୍ୟବସ୍ଥା କରାଯିବ। ବଜେଟରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ବର୍ଷ ୨୦୨୭ ସୁଦ୍ଧା ରକ୍ତହୀନତା ରୋଗକୁ ମୂଳରୁ ନାଶ କରାଯିବ।

ବିଶୁଦ୍ଧ ଜଳ, ଖାଦ୍ୟ ଉପରେ ଗୁରୁତ୍ୱ: ଏହି ବଜେଟ୍ ଏଥିପାଇଁ ବି ବହୁତ ଖାସ୍‌ ରହିଛି, କାରଣ କୁହାଯାଇଛି ଯେ ବିଶୁଦ୍ଧ ଜଳ ଏବଂ ଖାଦ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଜେଟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମୋଦି ସରକାର ମ୍ୟାନ୍‌ହୋଲକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ମ୍ୟାନହୋଲ୍‌ରେ କୌଣସି ବ୍ୟକ୍ତି ପ୍ରବେଶ କରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.