ଚିଠି ବିବାଦ ପରେ କଂଗ୍ରେସର କଳେବର: ମହାସଚିବ ପଦରୁ ଗୁଲାମ ନବି ଆଉଟ୍‌, ରଣଦୀପ ସୁରଜେଓ୍ଵାଲା ଇନ୍

ନୂଆଦିଲ୍ଲୀ: ଚିଠି ବିବାଦ ପରେ ବଦଳିଲା କଂଗ୍ରେସର କଳେବର । ଦଳରୁ ମହାସଚିବ ପଦରୁ ଗୁଲାମ ନବି ଆଜାଦଙ୍କୁ ଅପସାରଣ କରାଯାଇଛି । ତାଙ୍କ ସ୍ଥାନରେ ରଣଦୀପ ସୁରଜେଓ୍ଵାଲାଙ୍କୁ ନିଯୁକ୍ତି କରାଯାଇଛି । ଏଥିସହ କଂଗ୍ରେସ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଉଥିବା ୬ ଜଣିଆ ବିଶେଷ ସଦସ୍ୟ କମିଟିରେ ସ୍ଥାନ ପାଇଛନ୍ତି ସୁରଜେଓ୍ଵାଲା । ରାହୁଲଙ୍କ ନିକଟତମ କୁହାଯାଉଥିବା ରଣଦୀପଙ୍କୁ ବେଶ ଗୁରୁତ୍ୱ ଦିଆଯାଇଛି । ଦଳର ମହାସଚିବ ସହ କର୍ଣ୍ଣାଟକ ରାଜ୍ୟ ପ୍ରଭାରୀ ଭାବେ କାର୍ଯ୍ୟ କରିବେ । ମଧୁସୂଦନ ମିସ୍ତ୍ରୀଙ୍କୁ କେନ୍ଦ୍ରୀୟ ନିର୍ବାଚନ ସମିତିର ଅଧ୍ୟକ୍ଷ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ କରାଯାଇଛି ।

ସେହିଭଳି ଓଡ଼ିଶା ପ୍ରଭାରୀ ପରିବର୍ତ୍ତନ କଲା କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଭାବେ ଡକ୍ଟର ଚେଲ୍ଲା କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଜିତେନ୍ଦ୍ର ସିଂଙ୍କ ଜାଗା ନେବେ ଚେଲ୍ଲାକୁମାର । ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ମିଜୋରାମ ଓ ମଣିପୁରର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ନିକଟରେ ୨୩ ଜଣ ବରିଷ୍ଠ ନେତାଙ୍କ ଚିଠିକୁ ନେଇ କଂଗ୍ରେସରେ ହଲଚଲ ସୃଷ୍ଟି ହୋଇଥିଲା । ଏଆଇସିସି ପୁନର୍ଗଠନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.