ପାଟନା ୟୁନିଭରସିଟିର ଉଦ୍‌ଘାଟନ ସମାରୋହରେ ପଡିଗଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା ୟୁନିଭରସିଟିର ଏକ କାର୍ଯ୍ୟକ୍ରମ ଉଦ୍‌ଘାଟନ ସମାରୋହରେ ଖସିଗଲା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୋଡ । ଗୋଡ ଖସିଯିବାରୁ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ଧରିପକାଇଥିଲେ । ଏହି ସମୟରେ ତାଙ୍କ ସହିତ ରାଜ୍ୟପାଳ ମଧ୍ୟ ଉପସ୍ଥିତ ଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ୟୁନିଭରସିଟିରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୋଡ ଖସିଯିବାରୁ ପଡିଯାଇଛନ୍ତି । ପାଟନା ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ଗୋଡ ଖସିଯିବାର ନୀତିଶ କୁମାର ପଡିଯାଇଥିଲେ । ଏହି ସମୟର ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ଧରିପକାଇଥିଲେ । ତେବେ ତାଙ୍କର କିଛି ହୋଇନଥିବା ଖବର ମିଳିଛି । ଏହି ଉଦ୍‌ଘାଟନ ସମୟରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲକର ମଧ୍ୟ ତାଙ୍କ ସହିତ ରହିଥିଲେ ।

ନୀତିଶ କୁମାର ପଡିଯିବାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି, ପାଟନା ୟୁନିଭରସିଟିର ହ୍ଵିଲର ସିନେଟ ହାଉସ ଉଦଘାଟନ କରିବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମର । ରାଜ୍ୟପାଳ ତାଙ୍କ ସହିତ ରହିଥିବା ବେଳେ ଦୁଇ ନେତା ଉଦଘାଟନ ସ୍ଥଳରେ ପରଦା ହଟାଇବା ଡୋରୀକୁ ଖୋଲୁଥିବ ସମୟରେ ନୀତିଶ କୁମାରଙ୍କ ପାଦ ଖସିଯାଇଥିଲା । ଆଉ ସେ ତଳେ ପଡିଯାଇଥିଲେ ।

ତଳେ ପଡିଯିବା ବେଳେ ପାଖରେ ଥିବା ତାଙ୍କ ସୁରକ୍ଷା କର୍ମୀ ତାଙ୍କୁ ଧରି ପକାଇଥିଲେ । ତେବେ ସେ ସୁସ୍ଥ ରହିଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.