୭୦ ହଜାର ଟଙ୍କାରୁ ବି କମ ମୂଲ୍ୟରେ କିଣି ପାରିବେ ଏହି ବାଇକ୍‌, ଜାଣନ୍ତୁ କେତେ ମାଇଲେଜ୍‌ ଦିଏ

ଆପଣ ଏପରି କିଛି ବାଇକ କିଣିପାରିବେ ଯାହା ଶସ୍ତା ସହ ଆପଣଙ୍କୁ ଭଲ ମାଇଲେଜ୍‌ ଦେବ । ଆପଣଙ୍କୁ ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଇ-କମର୍ସ ପ୍ଲାଟଫର୍ମ ପ୍ଲିପକାର୍ଟରେ ଟପ୍‌ ବ୍ରାଣ୍ଡ ବାଇକ ଭାରି ଡିସକାଉଣ୍ଟ ଏବଂ ଅନେକ ବ୍ୟାଙ୍କ ଡିସକାଉଣ୍ଟର ଲାଭରେ ମିଳୁଛି ।

ଯଦି ଆପଣ ନିଜ ପାଇଁ ବାଇକ୍‌ କିଣିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ବଜେଟ କମ ରହିଛି ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ବଜେଟ ଭିତରେ ଥିବା ବାଇକ ବିଷୟରେ ଜଣାଇବୁ । ଆପଣ ଏପରି କିଛି ବାଇକ କିଣିପାରିବେ ଯାହା ଶସ୍ତା ସହ ଆପଣଙ୍କୁ ଭଲ ମାଇଲେଜ୍‌ ଦେବ । ଆପଣଙ୍କୁ ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । କେବଳ ଏତିକି ନୁହେଁ ଆପଣଙ୍କୁ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ କିମ୍ବା କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ଆପଣଙ୍କ ବାଇକ ଘରେ ଆସି ପହଞ୍ଚିଯିବ । ଇ-କମର୍ସ ପ୍ଲାଟଫର୍ମ ପ୍ଲିପକାର୍ଟରେ ଟପ୍‌ ବ୍ରାଣ୍ଡ ବାଇକ ଭାରି ଡିସକାଉଣ୍ଟ ଏବଂ ଅନେକ ବ୍ୟାଙ୍କ ଡିସକାଉଣ୍ଟର ଲାଭରେ ମିଳୁଛି ।

Hero HF Deluxe :
ବ୍ଲାକ ଏବଂ ରେଡ କମ୍ବିନେସନର ଏହି ବାଇକରେ ଆପଣଙ୍କୁ ୯୭.୨୨ ସିସି ଇଞ୍ଜିନ୍ ମିଳିବ । ଏହି ବାଇକ୍ ଘଣ୍ଟାପ୍ରତି ୬୫ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ । ଏହି ହିରୋ ବାଇକକୁ ଆପଣ ମାତ୍ର ୫୯,୮୯୩ ଟଙ୍କାରେ ପାଇ ପାରିବେ । ଏହା ବ୍ୟତୀତ ଆପଣ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରି ବ୍ୟାଙ୍କ ଅଫରର ଲାଭ ମଧ୍ୟ ପାଇ ପାରିବେ ।

BAJAJ Platina 100 :
ଆପଣ ମାତ୍ର ୬୯,୬୩୮ ଟଙ୍କାରେ ଇ-କମର୍ସ ପ୍ଲାଟଫର୍ମରେ BAJAJ Platina 100 ବାଇକ୍‌ କିଣି ପାରିବେ । ଏହି ବାଇକ୍ ଆପଣଙ୍କୁ ଘଣ୍ଟା ପ୍ରତି ୯୦ କିଲୋମିଟର ମାଇଲେଜ୍‌ ଦେଇଥାଏ । ଆପଣ ଏହି ବାଇକ୍ ଅର୍ଡର କରିବାର ୬-୭ ଦିନ ଭିତରେ ଆପଣଙ୍କ ଘରେ ଆସି ପହଞ୍ଚି ଯିବ ।

BAJAJ CT 110X :
ବାଜାଜର ଏହି ବାଇକ୍ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ, ଏହି ବାଇକ୍ ଆପଣଙ୍କ ଡେଲି ଅପ୍ ଡାଉନ୍ ପାଇଁ ପରଫେକ୍ଟ ହେବ । ଆପଣ ଏହି ବାଇକକୁ ଫ୍ଲିପକାର୍ଟରେ କେବଳ ୭୦,୦୦୬ ଟଙ୍କାରେ କିଣି ପାରିବେ । ଯଦି ଆପଣ ଅନଲାଇନରେ ବାଇକ୍ ମୂଲ୍ୟ ଦେଇ ପାରୁ ନାହାନ୍ତି , ତେବେ ଆପଣ କ୍ୟାସ ଅନ ଡେଲିଭରି ଅପ୍ସନ ମଧ୍ୟ ପାଇ ପାରିବେ । ଅର୍ଥାତ ବାଇକ ଘରେ ଆସି ପହଞ୍ଚିବା ପରେ ଆପଣ ପେମେଣ୍ଟ କରିପାରିବେ ।

Hero HF Deluxe (Self Start) :
ଆପଣ ହିରୋର ଏହି ସେଲ୍ଫ ଷ୍ଟାର୍ଟ ବାଇକ୍ ଫ୍ଲିପକାର୍ଟରୁ ଡିସକାଉଣ୍ଟ ସହିତ ମାତ୍ର ୬୪,୧୨୧ ଟଙ୍କାରେ ପାଇ ପାରିବେ । ରିପୋର୍ଟ ଅନୁଯାୟୀ, ଏହି ବାଇକ୍ ଆପଣଙ୍କୁ ୭୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇଥାଏ ।

ଆପଣ ଏହି ସମସ୍ତ ବାଇକଗୁଡିକୁ ୬-୭ ଦିନ ମଧ୍ୟରେ ପାଇ ପାରିବେ । ଧ୍ୟାନ ରଖନ୍ତୁ ଯେ ଡେଲିଭରି ଆପଣଙ୍କ ଲୋକେସନ ଉପରେ ନିର୍ଭର କରେ ଏବଂ ଏହି ସମସ୍ତ ମୂଲ୍ୟ ପ୍ଲାଟଫର୍ମ ଅନୁଯାୟୀ ଏବଂ ସମୟ ସହିତ ବଦଳିପାରେ । ତେବେ ଏହି ସମସ୍ତ ବାଇକ କିଣିବା ପରେ ଆପଣଙ୍କୁ ମାସିକ ହିସାବରେ EMI ପେମେଣ୍ଟ କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.