Below header

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୨ ଲାଲ ବାହିନୀଙ୍କ ମୃତ୍ୟୁ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡ କର ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡ କର ମାଓବାଦୀଙ୍କ ମୃତ୍ୟୁ ହୋଇଛି । DRG ଏବଂ CRPF ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଚିନ୍ତାଗୁଫା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କୁମ୍ବିଙ୍ଗ ଅପରେସନ ବେଳେ ଅଳ୍ପକେ ବର୍ତ୍ତିଗଲେ ଅନେକ ଟପ କ୍ୟାଡର ମାଓବାଦୀ।

ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ। ମୃତ ମାଓବାଦୀଙ୍କ ନାଁ ରେ ଜଣକ ପିଛା ଏକ ଲକ୍ଷ୍ୟ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଅନେକ ମାଓ ହିଂସାକାଣ୍ ରେ ଜଡ଼ିତ ଥିଲେ ମୃତ ମାଓବାଦୀ। ଏବେବି ଆଉ କିଛି ମାଓବାଦୀ ମୃତାହତ ହୋଇଥିବା ଆଶଙ୍କ ରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.