ମୁମ୍ବାଇର ଗୋରେଗାଓଁରେ ଅଗ୍ନିକାଣ୍ଡ: ୭ମୃତ, ୪୬ ଆହତ

ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଗୋରେଗାଓଁର ଏକ ୭ ମହଲା ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

କେନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ ୭ ମହଲା ବିଲ୍ଡିଂରେ ଲାଗିଲା ନିଆଁ । ୭ମୃତ, ୪୬ ଆହତ । ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଗୋରେଗାଓଁର ଏକ ୭ ମହଲା ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବିଲ୍ଡିରର ପାର୍କିଂରେ ଥିବା ୪ଟି କାର ୩୦ରୁ ଅଧିକ ବାଇକ ଜଳି ଭସ୍ମିଭୂତ ହୋଇଯାଇଛି । ଅଗ୍ନିଶମ ବାହିନୀର ୧୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବିଲ୍ଡିଂର ପାର୍କିଂରୁ ନିଆଁ ଲାଗି ପ୍ରଥମ ଓ ଦ୍ବିତୀୟ ମହଲାକୁ ବ୍ୟାପି ଯାଇଥିଲା । ପ୍ରାୟ ୪୬ ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.