Below header

ଅଭିନବ ଉପାୟରେ ଚୋରି, ଅଳେଇଚ ଖୁଆଇ ଲୁଟିନେଲେ ବାଇକ୍‌

ଯୁଗ ଯେତିକି ଯେତିକି ଆଗକୁ ଯାଉଛି ଚୋରମାନେ ମଧ୍ୟ ସେହି ଅନୁପାତରେ ନୂଆ ନୂଆ ଉପାୟରେ ଚୋରି କରୁଥିବା ଦେଖିବାକୁ ମିଳୁଛି। କିଏ ଟେକ୍ନୋଲୋଜିକୁ ବ୍ୟବହାର କରି ଲୋକଙ୍କୁ ଠକୁଛି ତ ଆଉ କିଏ ଖାଇବାରେ ନିଶା ଦେଇ ଲୁଟି ନେଉଛି ଦାମୀ ଜିନିଷ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଡେରାଡୁନ୍‌ରେ। ଏଠାରେ ସାଙ୍ଗକୁ ବସ୍‌ଷ୍ଟପ୍‌ରେ ଛାଡ଼ିବାକୁ ଯାଇଥିବା ଜଣେ ଯୁବକକୁ ନିଶା ମିଶା ଅଳେଇଚ ଦେଇ ଦୁର୍ବୃତ୍ତ ବାଇକ୍‌ ଲୁଟି ନେଇଛି।

ଡେରାଡୁନ୍‌ର ଜାଖନର ଶିବମ୍‌ ବିହାରର ନିବାସୀ ଗୌରବ ନେଗୀ ଏକ ଶୋ’ରୁମ୍‌ରେ ଚାକିରି କରନ୍ତି। ଗୌରବ ଜଣେ ସାଙ୍ଗକୁ ବସ୍‌ଷ୍ଟପ୍‌ ଛାଡ଼ିବାକୁ ଯାଇଥିଲେ। ସାଙ୍ଗକୁ ଛାଡ଼ି ଫେରିବା ବେଳେ ଜଣେ ଯୁବକ ତାଙ୍କୁ ଟିକେ ଆଗ ପର୍ଯ୍ୟନ୍ତ ଛାଡ଼ିଦେବାକୁ ଗୌରବଙ୍କୁ ଅନୁରୋଧ କରିଥିଲା। ଗୌରବ ତାଙ୍କୁ ବାଇକ୍‌ ପଛପଟେ ବସାଇ ନେଉଥିବା ବେଳେ ଯୁବକ ଜଣକ ଗୌରବଙ୍କୁ କିିଛି ଅଳେଇଚ ଖାଇବାକୁ ଦେଇଥିଲେ। ଗୌରବ ଏହି ଅଳେଇଚ ଖାଇବା ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ।

ପରେ ଯୁବକ ଜଣକ ଏକ ମଦ ଦୋକାନରୁ ମଦ କିଣି ନିଜେ ପିଇବା ସହ ଗୌରବଙ୍କୁ ମଧ୍ୟ ପିଆଇଥିଲେ। ପରେ ଗୌରବ ଅଚେତ ହୋଇପଡ଼ିଥିଲେ। ହୋସ୍‌ ଆସିବା ବେଳକୁ ତାଙ୍କ ବାଇକ୍‌ ଓ ମୋବାଇଲ୍‌ ଚୋରି ହୋଇଯାଇଥିଲା। ପରେ ଏନେଇ ସେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ଖୁବ୍‌ଶୀଘ୍ର ଲୁଟେରା ଧରାପଡ଼ିବେ ବୋଲି ପୋଲିସ କହିଛି। ତେବେ ଲୁଟ୍‌ ହୋଇଥିବା ବାଇକ୍‌କୁ ଗୌରବଙ୍କୁ ତାଙ୍କ ପରିବାର ଲୋକେ ଜନ୍ମଦିନରେ ଉପହାର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.