ସାମ୍ନାକୁ ଆସିଲା ସଲମାନ ଓ କ୍ୟାଟ୍ରିନାଙ୍କ ଭିତିରି ସମ୍ପର୍କ, ବିଗବସ ହାଉସରେ ହେଲା ଖୁଲାସା

ଭାଇଜାନ ସଲମାନ ଖାଁନ ଓ କାଟ୍ରିନା କେଫଙ୍କ ସମ୍ପର୍କର କିଛି ସତ୍ୟ ପୁଣି ଥରେ ଲୋକଲୋଚନକୁ ଆସିଛି । ସଲମାନ ଓ କ୍ୟାଟ୍ରିନାଙ୍କ କିଛି ରହସ୍ୟମୟୀ ଘଟଣାର ଖୁଲାସା ନିଜେ ସଲମାନ ବିଗ ବସ ୧୩ର ସେଟ ଉପରେ ହିଁ କରିଛନ୍ତି । ପ୍ରକୃତରେ ଘଟଣାଟି ଘଟିଛି ଏହି ପରି । ଗୁଥି ଭାବେ ପ୍ରସିଦ୍ଧି ଲାଭ କରିଥିବା ହାସ୍ୟକାର ସୁନୀଲ ଗ୍ରୋଭର ବିଗ ବସ ୧୩ର ସେଟ ଉପରକୁ ଆସିଥିଲେ । ମଞ୍ଚ ଉପରେ ସୁନୀଲ ହୋଷ୍ଟ ସଲମାନ ଖାନଙ୍କ ସହ ଥଟାରେ ରୋମାନ୍ସ କରିବାର ନଜରକୁ ଆସିଥିଲା । ସୁନୀଲ ସଲମାନଙ୍କୁ ବାହା ହେବା ପାଇଁ ପ୍ରପୋଜ କରିବାରୁ ହଟାତ ସଲମାନଙ୍କ ପାଟିରୁ ବାହାରି ପଡିଥିଲା କି “ତମେତ କ୍ୟାଟ୍ରିନାଙ୍କ ଠାରୁ ବି ଅଧିକ ଗରମ ଲାଗୁଛ” । ପ୍ରଶଂସକ ମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସୁନୀଲ ଜାଣି ଶୁଣି କ୍ୟାଟ୍ରିନାଙ୍କ ନାଁ ମଧ୍ୟ ନେଇଥିଲେ । ଯେଉଁଥିରୁ ସଲମାନ ଓ କ୍ୟାଟ୍ରିନାଙ୍କ ଭିତରର ଆକର୍ଷଣ ବିଷୟରେ କିଞ୍ଚିତ ଆଭାସ ମିଳିଥିଲା ।

guthi

ସୂଚନା ଦେବା ଯୋଗ୍ୟକି ଆଜକୁ ଠିକ ୪ ବର୍ଷ ପୂର୍ବେ ସଲମାନଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ଗୁଡିକରେ ଖୁବ ଭାଇରଲ ହୋଇଥିଲା । ଭିଡିଓ ଟିରେ ସଲମାନଙ୍କ ପ୍ରେମ ନିବେଦନ ତଥା ବିବାହ ପ୍ରସ୍ତାବକୁ କ୍ୟାଟ୍ରିନା ଠୂକ ରେଇଥିବା କଥା ନିଜେ ସଲମାନ ଖାନ ପ୍ରକାଶ କରିଥିଲେ । ସଲମାନ ଖାନ ଓ କ୍ୟାଟ୍ରିନା କେଫ ଦୀର୍ଘ ସମୟ ଧରି ଡେଟିଂ କରୁଥିଲେ ମଧ୍ୟ ତାଙ୍କ ମଧ୍ୟରେ କୌଣସି ସମ୍ପର୍କ ସ୍ଥାପନ ହୋଇପାରି ନଥିଲା । ସେମାନଙ୍କ ପ୍ରଶଂସଙ୍କ ମାନେ ମଧ୍ୟ ସେମାନଙ୍କୁ ଏକା ସାଥିରେ ଦେଖିବାକୁ ଚାହିଁ ଥିଲେ ମଧ୍ୟ ସେମାନଙ୍କ ଆଶା ପୁରଣ ହୋଇ ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.