ପୂର୍ବତନ ପତ୍ନୀ ମେଲିଣ୍ଡାଙ୍କୁ ପୁଣି ବାହା ହେବାକୁ ଚାହୁଁଛନ୍ତି ବିଲ୍ ଗେଟ୍ସ, ଏହା ପଛର କାରଣ କଣ କହିଲେ ଜାଣନ୍ତୁ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ପୁନର୍ବାର ନିଜ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ତାଙ୍କର ଏହି ଇଚ୍ଛା ସମସ୍ତଙ୍କୁ ସ୍ତବ୍ଧ କରିଛି। ଦୀର୍ଘ ୩୦ ବର୍ଷର ଦାମ୍ପତ୍ୟ ଜୀବନ ବିତାଇବା ପରେ ଗତବର୍ଷ ମେ’ ରେ ମେଲିଣ୍ଡାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଜଣେ ଯୌନ ଅପରାଧୀଙ୍କ ସହ ବିଲ୍ ଗେଟ୍ସଙ୍କ ମିଳାମିଶାକୁ ମେଲିଣ୍ଡା ପସନ୍ଦ କରୁନଥିଲେ। ଯାହାକି ସେମାନଙ୍କ ବିବାହ ବିଛେଦର ପ୍ରମୁଖ କାରଣ ବୋଲି କୁହାଯାଉଛି।

ଗତ ରବିବାର ଏକ ପ୍ରଖ୍ୟାତ ମିଡ଼ିଆକୁ ସାକ୍ଷାତକାରରେ ବିଲ୍ ଗେଟ୍ସ୍ ଏହା କହିଥିଲେ। ନିଜର ଛାଡ଼ପତ୍ର ପରେ ସେ ଅସହାୟ ହୋଇଯାଇଥିଲେ। ନିଜ ପତ୍ନୀଙ୍କୁ ମଧ୍ୟ ଖୁବ୍ ମନେ ପକାଉଥିଲେ। ସେ କହିଥିଲେ “ ମୋ ଦୃଷ୍ଟିକୋଣରୁ ଏହା ଏକ ବଡ ବିବାହ ଥିଲା। ମୁଁ ଏହାକୁ ବଦଳାଇ ନ ଥା’ନ୍ତି। ଆପଣ ଜାଣନ୍ତି, ମୁଁ ଅନ୍ୟ କାହାକୁ ବିବାହ କରିବାକୁ ପସନ୍ଦ କରିବି ନାହିଁ । ମୁଁ ମୋର ପତ୍ନୀ ମେଲିଣ୍ଡାଙ୍କୁ ପୁଣିଥରେ ବିବାହ କରିବାକୁ ଚାହୁଁଛି।

bill gates Melinda
picture credit- republic world

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଯେ ସେ ତାଙ୍କ ପୂର୍ବତନ ପତ୍ନୀଙ୍କ ସହ କାମ କରିବାକୁ ଯାଉଛନ୍ତି ଏବଂ ଆହୁରି ମଧ୍ୟ କହିଛନ୍ତି ଯେ ଫାଉଣ୍ଡେସନରେ ଆମର ବାର୍ଷିକ କର୍ମଚାରୀ ସଭା ଏବଂ ଜୁନ୍ ମାସରେ ସେ ଏବଂ ମୁଁ ଏକାଠି ଆୟୋଜନ କରୁଛୁ। ” ତେବେ ଏହି ଏହି ଦମ୍ପତି ୭ ବର୍ଷ ଡେଟିଂ କରିବା ପରେ ୧୯୯୪ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ୨୦୨୧ ରେ ଛାଡପତ୍ର ଘୋଷଣା କରିଥିଲେ। ତାଙ୍କର ତିନି ସନ୍ତାନ ଦୁଇ ଝିଅ, ଜେନିଫର୍ ଏବଂ ଫୋବୀ ଓ ଏକ ପୁତ୍ର ରୋରୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.