ନୂଆବର୍ଷରେ ଦେଶକୁ ମିଳିଲା ପ୍ରଥମ ସିଡିଏସ୍, ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ବିପିନ ରାଓ୍ଵତ

ପୁରୀ: ନୂଆବର୍ଷରେ ଦେଶକୁ ମିଳିଲା ପ୍ରଥମ ସିଡିଏସ୍ । ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ବିପିନ ରାଓ୍ଵତ । ଆଜି ସକାଳେ ଜେନେରାଲ ରାଓ୍ଵତ ନୂଆଦିଲ୍ଲୀ ସାଉଥ୍ ବ୍ଲକରେ ପହଞ୍ଚିବା ପରେ ତିନି ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ତିନି ସେନାକୁ ଏକଜୁଟ କରିବା ସିଡିଏସ୍‌ର କାମ ବୋଲି କହିଛନ୍ତି ଜେନେରାଲ ରାଓ୍ଵତ । ଆଗାମୀ କାର୍ଯ୍ୟକ୍ରମ ଟିମ୍ ଓ୍ଵାର୍କ ମାଧ୍ୟମରେ ହେବ । ସିଡିଏସ୍ କେବଳ ସହଯୋଗ କରିବ । ଜେନେରାଲ ରାଓ୍ଵତ କହିଛନ୍ତି, ତିନି ସେନାକୁ ଏକଜୁଟ କରିବା ଉପରେ ସଂପୂର୍ଣ୍ଣ ଫୋକସ୍ ରହିବ । ତିନି ସେନା ମିଶି ତିନି ନୁହଁ ୫ କିମ୍ବା ୭ ହେବେ । ତେବେ ପିଓକେ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯାହାବି ଯୋଜନା କରାଯିବ ତାହା କେବେ ବାହାରେ କୁହାଯାଏ ନାହିଁ । ଦାୟିତ୍ୱ ନେବା ପରେ ନୂଆ ସିଡିଏସ୍ ତିନି ସେନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପଦବୀ ସୃଷ୍ଟି ହେବା ପରେ ପ୍ରଥମ ସିଡିଏସ୍ ଭାବେ ତାଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ତେବେ ତିନି ସେନାର ମୁଖ୍ୟଙ୍କ ଉପରେ ସିଡିଏସ୍‌ଙ୍କର କୌଣସି ମିଲିଟାରୀ କମାଣ୍ଡ ରହିବ ନାହିଁ ।

Leave A Reply

Your email address will not be published.