Below header

ଆପଣ ବି କଣ ତରବରିଆ ଭାବେ ଖାଦ୍ୟ ଖାଉଛନ୍ତି କି, ତେବେ ହୋଇଯାନ୍ତୁ ସାବଧାନ ! ନଚେତ ଦେଖାଦେବ ଏହି ଭୟଙ୍କର ରୋଗ

ସମୟ ଅଭାବରୁ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ ଅନେକେ ନିଜ ଖାଦ୍ୟକୁ ଜଲ୍ଦି ଜଲ୍ଦି ଖାଇବାକୁ ପସନ୍ଦ କରିଥାନ୍ତି । ଆପଣଙ୍କର ବି ହୁଏତ ଜଲ୍ଦି ଖାଦ୍ୟ ଶେଷ କରିବାର ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାନ୍ତୁ । ନଚେତ ଭବିଷୟତେ ଗଭୀର ସମସ୍ୟା ଦେଇ ଗତି କରିପାରନ୍ତି । କାରଣ ଜଲ୍ଦି ଜଲ୍ଦି ଖାଇବା ଦ୍ଵରା କେତେ ଗୁଡିଏ ଗମ୍ଭୀର ସମସ୍ୟା ଭୋଗିବାକୁ ପଡି ଥାଏ । ଏମିତିକି ଏହା ଦ୍ୱାରା ମଧୁମେହ ପରି ଜଟିଳ ରୋଗ ମଧ୍ୟ ହୋଇପାରେ । ଏହାବାଦ ଶୀଘ୍ର ହଜମ ନହେବା, ଓଜନ ବଢିବା, ହୃଦରୋଗ ଜନିତ ସମସ୍ୟା ମାନ ମଧ୍ୟ ହୋଇପାରେ । ଏନେଇ ଜାପାନର ଏକ ଗବେଷକ ଦଳ ପ୍ରାୟ ୧୦୦୦ ପ୍ରତିଯୋଗୀଙ୍କୁ ନେଇ ୫ ବର୍ଷ ଧରି ଏକ ଗବେଷଣା କରିଥିଲେ ।

food

 

ଏହି ଅଧ୍ୟୟନରେ ପ୍ରତିଯୋଗୀଙ୍କ ଖାଦ୍ୟ ଖାଇବାର ବେଗକୁ ହିଁ ଲକ୍ଷ କରାଯାଇଥିଲା । ଏହି ଅଧ୍ୟୟନରୁ ମିଳିଥିଲା କି ଯେଉଁମାନେ ସାଧାରଣ ବେଗ ଠାରୁ ଅଧିକ ବେଗରେ ଖାଇଥାନ୍ତି ସେମାନଙ୍କ ଠାରେ ହୃଦୟ ରୋଗ, ଡାଇବେଟିସ ଓ ଷ୍ଟ୍ରୋକ ପରି ମାରତ୍ମକ ସମସ୍ୟା ମାନ ହେବାର ସମ୍ଭବନା ଅଧିକ ଥାଏ । ଏହା ସହ ହାଇ ବ୍ଲଡ଼ ପ୍ରେସର, ରକ୍ତରେ କୋଲେଷ୍ଟେରଲର ମାତ୍ରା ବଢିଥାଏ । ଖୁବ କମ ଦିନ ଭିତରେ ଅଧିକ ଓଜନ ମଧ୍ୟ ବଢ଼ିଯାଇପାରେ । ଜଲ୍ଦି ଜଲ୍ଦି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରର ମେଟାବୋଲିକ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଯାହାକି ଗଭୀର ସମସ୍ୟା ଦେଖାଦେବାର ଏକ ପ୍ରମୁଖ କାରଣ ଅଟେ । ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଖାଦ୍ୟ ଖାଇବା ପାଇଁ ଅତି କମରେ ୨୦ ମିନିଟ ସମୟ ନେବା କଥା ।

food

ଏହା ଦ୍ୱାରା ଜଣେ ନିଜ ଖାଦ୍ୟ କୁ ଭଲଭାବେ ଚୋବାଇକି ଖାଇପାରେ । ଆଉ ଶରୀରର ଆବଶ୍ୟକତା ଅନୁଯାୟୀ ଠିକ ମାତ୍ରାର ଖାଦ୍ୟ ଖାଇ ହୋଇଥାଏ । ଶରୀରର ହର୍ମୋନ ବ୍ରେନକୁ ପେଟ ଭରିବାର ସଂକେତ ମଧ୍ୟ ପଠାଇଥାଏ । ଜଲ୍ଦି ଜଲ୍ଦି ଖାଇବା ଦ୍ୱାରା କିନ୍ତୁ ମସ୍ତିସ୍କକୁ ସନ୍ଦେଶ ମଧ୍ୟ ମିଳିନଥାଏ । ଏହି କାରଣରୁ ବି ଜରୁରୀ ହର୍ମୋନ ମଧ୍ୟ ତିଆରି ହୋଇପାରିନଥାଏ । ଶରୀରରେ ଇନ୍ସୁଲିନ ପରି ଅତି ଗୁରୁତ୍ୱପୂର୍ଣ ହର୍ମୋନ ମଧ୍ୟ ପ୍ରଭାବିତ ହୋଇଥାଏ । ଯାହାଦ୍ୱରା ଟାଇପ -୨ ଡାଇବେଟିସ ହେବାର ସମ୍ଭାବନା ମଧ୍ୟ ବଢିଯାଏ । ଏସବୁ ବ୍ୟତୀତ ଖାଦ୍ୟ ଭଲ ଭାବେ ଚୋବାଇ ଖାଇବା ଦ୍ୱାରା ମୁଖ ଭିତର ବାକ୍ଟେରିଆ ଗୁଡିକ ନଷ୍ଟ ହୋଇଯାନ୍ତି । ଫଳରେ ଶରୀର ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା ପାଇଥାଏ । ତାହା ସହ ବାରମ୍ବାର ଖାଇବା ଅଭ୍ୟାସ ମଧ୍ୟ ରହିବ ନାହିଁ । ତେଣୁ ଓଜନ ମଧ୍ୟ ବଢି ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.