ବିହାର ଛପରା ମଦମୃତ୍ୟୁର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ, କ୍ରାଇମ ବ୍ରାଞ୍ଚ ହାତରେ ଧରା ପଡ଼ିଛି ମାଷ୍ଟରମାଇଣ୍ଡ ରାମ ବାବୁ

କେନ୍ୟୁଜ୍‌(ବ୍ୟୁରୋ): ବିହାର ଛପରା ବିଷାକ୍ତ ମଦମୃତ୍ୟୁର ମାଷ୍ଟର ମାଇଣ୍ଡ ଦିଲ୍ଲୀରୁ ଗିରଫ । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ହାତରେ ଧରା ପଡ଼ିଛି ମାଷ୍ଟରମାଇଣ୍ଡ ରାମ ବାବୁ । ବହୁ ଦିନରୁ ପୋଲିସ ତାକୁ ଖୋଜୁଥିବା ବେଳେ ବିହାରରୁ ପଳେଇ ଯାଇ ଦିଲ୍ଲୀରେ ଲୁଚିକି ରହିଥିଲା ।

ବିହାର ଛପରାରେ ବିଷାକ୍ତ ମଦପିଇ ୭୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଅନେକଙ୍କୁ ଗୁରୁତର ଭାବେ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ଏହି ଘଟଣାରେ ବିହାର ବିଧାନସଭା ବେଶ୍‌ ସରଗରମ ରହିଥିଲା । ବିରୋଧୀ ସରକାରଙ୍କୁ ସବୁଦିଗରୁ ଘେରିବାକୁ ଚେଷ୍ଟା କରିଥିଲେ ।

ଯାଞ୍ଚରୁ ଜଣା ପଡ଼ିଥିଲାକି ଏହି ବିଷାକ୍ତ ମଦର ମାଷ୍ଟର ମାଇଣ୍ଡ ରାମ ବାବୁ ରହିଥିଲା । ରାମବାବୁ କେମିକାଲ ବ୍ୟବହାର କରି ମଦ ତିଆରି କରୁଥିବା ଅଭିଯୋଗ ହୋଇଛି । ୨୦୧୬ରୁ ବିହାର ସରକାର ମଦକୁ ବ୍ୟାନ କରିଥିବା ବେଳେ ଚୋରାରେ ଏଭଳି ମଦ ତିଆରି କରି ବିକ୍ରି କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.