Below header

ବନ୍ଧୁକ ସହ ବିଜେପି ବିଧାୟକଙ୍କ ଡ୍ୟାନ୍ସ , ଚାରି ଚାରିଟି ପିସ୍ତଲ ଧରି ବଲିଉଡ୍ ଗୀତରେ ଠୁମକା ଲଗାଉଛନ୍ତି ମଦ ନିଶାରେ ଚୁର ଏହି ନେତା

ବିଜେପି ନେତାଙ୍କ ପିଛା ଛାଡୁନି ବିବାଦ । କିଛି ଦିନ ମହାନଗର ନିଗମର ଅଧିକାରୀଙ୍କୁ ବିଚ୍ ରାସ୍ତାରେ ବ୍ୟାଟରେ ପିଟି ଗିରଫ ହୋଇଥିଲେ ବିଜେପି ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ । ଯାହା ସେତେବେଳେ ପୁରା ଦେଶରେ ପାଲଟିଥିଲା ଚର୍ଚ୍ଚାର ବିଷୟବସ୍ତୁ । ଏବେ ଆଉ ଜଣେ ବିଜେପି ନେତା ପ୍ରଣବ ସିଂହ ଚାମ୍ପିୟନ୍ ପାଲଟିଛନ୍ତି ଗଣମାଧ୍ୟମର ମୁଖ୍ୟ ଖବର । ତେବେ ଉତ୍ତରଖଣ୍ଡର ବିଧାୟକ ପ୍ରଣବ କୌଣସି ମାରପିଟ୍ ପାଇଁ ଚର୍ଚ୍ଚିତ ହୋଇନାହାଁନ୍ତି । ବରଂ ମଦ ନିଶାରେ ଚୁର ହୋଇ ଗୋଟିଏ କି ଦୁଇଟା ନୁହେଁ ଏକକାଳୀନ ଚାରି ଚାରିଟି ପିସ୍ତଲ ଧରି ନାଚରେ ମସଗୁଲ ଅଛନ୍ତି ।।

ନିଜ ପାଦର ଅପରେସନ୍ କରି ଘରକୁ ଫେରିବା ପରେ କିଛି ସମର୍ଥକଙ୍କ ସହ ପାର୍ଟି ରଖିଥିଲେ । ଆଉ ଏହି ଭିଡିଓଟି ସେହି ପାର୍ଟି ସମୟର । ଯେଉଁଥିରେ ଦେଖିବାକୁ ମିଳିଛି ମଦ ନିଶାରେ ଚୁର ପ୍ରଣବ ଉତ୍ତରାଖଣ୍ଡ ପାଇଁ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି । ଏହା ସହ ଗୋଟିଏ ହାତରେ ମଦ ଧରି ଏବଂ ଅନ୍ୟ ହାତରେ ଚାରି ଚାରିଟି ବନ୍ଧୁକ ଧରି ବଲିଉଡ୍ ଗୀତରେ ଲଗାଉଛନ୍ତି ଠୁମକା । ଏପରିକି କେବଳ ଉତ୍ତରାଖଣ୍ଡରେ ନୁହେଁ ପୁରା ଦେଶରେ ତାଙ୍କ ପରି ସାହସ କାହାର ନାହିଁ ବୋଲି ମଧ୍ୟ କହୁଛନ୍ତି । ଏହା ପରେ ଯେଉଁ ରାଜ୍ୟର ସେ ବିଧାୟକ, ଯେଉଁ ରାଜ୍ୟର ଜନତା ତାଙ୍କୁ ଜିତାଇଛନ୍ତି ସେହି ଉତ୍ତରାଖଣ୍ଡକୁ ନେଇ ଗାଳି ଏବଂ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବାର ନଜର ଆସିଛନ୍ତି ।  ପୂର୍ବରୁ ମାରପିଟ ସହ ବିବାଦୀୟ କାର୍ଯ୍ୟ ପାଇଁ ବିଜେପିରୁ ପ୍ରଣବଙ୍କୁ ନିଲମ୍ବିତ କରାଯାଇଛି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.