Below header

ବିଜେପିକୁ ଭୋଟ ନଦେଲେ ନିର୍ବାଚନ ପରେ ଜଣ ଜଣଙ୍କୁ ଦେଖି ନେବି, ଦେଖନ୍ତୁ ନେତାଙ୍କ ଦବଙ୍ଗଗିରି

ଯଦି ବିଜେପିକୁ ଭୋଟ ନଦେବ ତେବେ ମେ ୨୩ ପରେ ଜଣ ଜଣଙ୍କୁ ଦେଖିନେବି । ଏକ ଜନସଭାରେ ଭୋଟର ମାନଙ୍କୁ ଏପରି କହିଛନ୍ତି  ୟୁପିର କୌସମ୍ବି ଲୋକସଭା ପ୍ରାର୍ଥୀ ବିନୋଦ ସେନକର ।  ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସିରାଥୁ ତହସିଲର ଦେବିଗଞ୍ଜ ବଜାରରେ ଏକ ଜନସଭାରେ ଗାଁର ମୁଖିଆ ଓ ଉପସ୍ଥିତ ଲୋକଙ୍କୁ ବିନୋଦ ସେନକର କହିଥିଲେ ଯେଉଁ ମାନେ ମୋତେ ବିରୋଧ କରୁଛନ୍ତି ସେମାନଙ୍କ ତାଲିକା ମୁଁ ପ୍ରସ୍ତୁତ କରୁଛି । ପ୍ରଦେଶରେ ଯୋଗୀ ସରକାର ତ ରହିବେ ହେଲେ ଇଲେକ୍ସନ ଫଳାଫଳ ବାହାରିବା ପରେ ମୁଁ ଜଣ ଜଣଙ୍କୁ ଦେଖିନେବି । ଆଉ କହିଥିଲେ ମୁଁ ଏବେ ୨୦୧୪ ବାଲା ବିନୋଦ ସେନକର ନୁହେଁ ମୁଁ ଏବେ ୨୦୧୯ ବାଲା ବିନୋଦ ସେନକର । ଏହି ଭାଷଣ ଦେବା ସମୟରେ ବିନୋଦ ସେନକର ହାତ ହଲେଇ ମଧ୍ୟ ପିଟିବାର ଇସାରା କରୁଥିଲେ ।

kousambi mp threatened to public

ଏହି ଘଟଣା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ବିନୋଦଙ୍କୁ ପ୍ରଶ୍ନ କରିଥିଲେ ବିନୋଦ ନିଜର ବୟାନକୁ ବଦଳାଇ ଦେଇଥିଲେ । କହିଥିଲେ ବିଜେପି ଏକ ଶୃଙ୍ଖଳିତ ଦଳ ଓ ସେ ଏହି ଦଳର ଜଣେ ଶୃଙ୍ଖଳିତ କର୍ମୀ ତେଣୁ ମୁଁ ମର୍ଯ୍ୟାଦା ପୂର୍ଣ୍ଣ ଭାବେ ପ୍ରଚାର ଜାରି ରଖିଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଯେହେତୁ ବିନୋଦ ସେନକର ବିଜେପିର ଏସସି ସେଲର ଅଧ୍ୟକ୍ଷ ଅଛନ୍ତି ତେଣୁ ବିରୋଧୀ ମାନେ ତାଙ୍କ ବିରୋଧରେ ଆଚାର ସଂହିତ ଉଲଂଘନର ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.