Below header

ଟଙ୍କା ଚାଲାଣର ନୂଆ ଫଣ୍ଡା, ଗାଡି ଷ୍ଟେପିନରୁ ମିଳିଲା ୨.୩୦କୋଟି

ଲୋକସଭା ନିର୍ବାଚନ ପାଇଁ ପୁରା ଜାଗ୍ରତ ହୋଇ ପଡିଛନ୍ତି ଆୟକର ବିଭାଗ ଓ ନିର୍ବାଚନ କମିଶନ । ଆଉ ପ୍ରତିଟି ନେତା ଓ କର୍ମୀ ମାନଙ୍କ ଗତିବିଧିକୁ ନଜର କରି ନିର୍ବାଚନରେ କଳାଟଙ୍କାର କାରବାରକୁ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି । ହେଲେ ଏତେ କଟକଣା ଥାଇ ମଧ୍ୟ କଳା ଟଙ୍କାର କାରବାର ଏପରି ଢଙ୍ଗରେ ହେଉଛି ଯେ,ଆପଣ ବି ଦେଖିଲେ ତାଜୁବ ହୋଇଯିବେ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଆସିଛି ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ଏକ ଗାଡିର ଷ୍ଟେପିନରେ ୨.୩୦ କୋଟି ଟଙ୍କାକୁ ଏଭଳି ଭାବରେ ଚାଳଣ କରାଯାଉଥିଲା ଯାହାର ସୁରାକ ବି କେହି ପାଇପାରିବେନି ।

note seized

ଭିଡିଓଟିକୁ ଆୟକର ବିଭାଗ ତରଫରୁ ଉତ୍ତୋଳନ କରାଯାଇଥିବାର ଜଣାପଡିଛି । ଯେଉଁଥିରେ ଏକ କାରର ଷ୍ଟେପିନରୁ ୨କୋଟି ୩୦ ଲକ୍ଷ ଟଙ୍କାର ୨ହଜର ଟଙ୍କିଆ କାଢୁଥିବାର ଦେଖିବାକୁ ମିଳିଛି ।  ହେଲେ ଏହି ଟଙ୍କା କେଉଁ ଦଳର ତାହା ଜଣା ପଡ଼ିନାହିଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.