ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଜେପି ସାଂସଦ ମନୋଜ ତିଓ୍ଵାରୀ

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହେଉଛି। ଏଥିପାଇଁ ବହୁ ହେଭିେଓ୍ଵଟ୍‌ ନେତା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଜେପିର ବହୁ ନେତା ମଧ୍ୟ ପ୍ରଚାର କରୁଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ବିହାର ସହ ସମ୍ପର୍କରେ ଥିବା ନେତା ମଧ୍ୟ ପ୍ରଚାର ଦାୟିତ୍ବ ନେଇଛନ୍ତି। କିନ୍ତୁ ଗୁରୁବାର ପ୍ରଚାର ପାଇଁ ତରବରିଆ ଭାବେ ବାହାରିଥିବା ବିଜେପି ସାଂସଦ ମନୋଜ ତିଓ୍ବାରୀ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସୂଚନା ମୁତାବତ, ଗୁରୁବାର ପାଟଣା ଏୟାରପୋର୍ଟରୁ ମନୋଜ ତିଓ୍ବାରୀ ହେଲିକପ୍ଟର ଯୋଗେ ପ୍ରଚାର ପାଇଁ ବାହାରିଥିଲେ। ହଠାତ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏୟାରପୋର୍ଟ ଅଧିକାରୀଙ୍କ ସହ ପ୍ରାୟ ୪୦ ମିନିଟ୍ ମନୋଜଙ୍କ ହେଲିକପ୍ଟରର ସମ୍ପର୍କ ବିଛିନ୍ନ ହୋଇଥିଲା। ଏୟାର ଟ୍ରାଫିକ୍ କଂଟ୍ରୋଲ ୟୁନିଟ୍ ସହ ହେଲିକପ୍ଟର ରେଡିଓ ୟୁନିଟର ସମ୍ପର୍କ ସ୍ଥାପନ ନହୋଇପାରିବାରୁ ଆଶଙ୍କା ବୃଦ୍ଧି ପାଇଥିଲା। ଶେଷରେ ହେଲିକପ୍ଟରକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଇବାକୁ ପଡ଼ିଲା।

ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ମ୍ୟାନୁଆଲ୍ ବୁକର ବ୍ୟବହାର କରିଥିଲେ। ଏମର୍ଜେନ୍ସି ଲାଇଟ୍ସ ଅନ୍ କରି ଏଟିଏସ୍କୁ ସିଗ୍ନାଲ୍ ଦେଇଥିଲେ। ପରେ ସିଗ୍ନାଲ୍ ମିଳିବା ପର୍ଯନ୍ତ ଏୟାରପୋର୍ଟ ପାଖାପଖି ଅଞ୍ଚଳରେ ହେଲିକପ୍ଟର ଚକ୍କର କାଟିଥିଲା। ପରେ ସିଗ୍ନାଲ୍ ମିଳିଥିଲା। ହେଲିକପ୍ଟର ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.