REET ପରୀକ୍ଷାରେ କପି କରିବାକୁ କିଣିଥିଲେ ୬ ଲକ୍ଷ ଟଙ୍କାର ବ୍ଲୁଟୁଥ ଚପଲ, ୫ ଗିରଫ

ଚୋର ଚୋରି କରିବା ପାଇଁ ସବୁବେଳେ ନୂଆ ନୂଆ ତରିକା ବିଷୟରେ ଭାବିଥାଏ। କିପରି ଅତ୍ଯାଧୁନିକ ଜ୍ଞାନ କୌଶଳରେ ଚୋରି କରିବ ତାହା ମଧ୍ୟ ଚିନ୍ତା କରିଥାଏ। ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚିତ ଭାବେ ୧୦ ଥର ନୁହେଁ ହଜାରେ ଥର ଚିନ୍ତା କରିବେ ନିଶ୍ଚିନ୍ତ। REET ପରୀକ୍ଷାରେ କରିବା ପାଇଁ କପି କରିବା ପାଇଁ ଏପରି ଉପାୟକୁ ଆପଣାଯାଇଛି। ଏମିତି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି।

ରାଜସ୍ଥାନ ସରକାରୀ ସ୍କୁଲ ପାଇଁ ଶିକ୍ଷକ ଚୟନ ନିମନ୍ତେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷାରେ କପି କରିବାକୁ ଉଦ୍ୟମ କରି ୫ଜଣ ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ସେମାନେ ପିନ୍ଧିଥିବା ଚପଲ ‘ସୋଲ୍‌’ରେ ‘ବ୍ଲୁଟୁଥ୍‌ ଡିଭାଇସ୍‌’ ଖଞ୍ଜା ଯାଇଥିବା କଥା ପୁଲିସ ଅଧିକାରୀମାନେ କହିଛନ୍ତି। ସୋସିଆଲ ମିଡିଆରେ ଏହା ଫଟୋ ଆସିବା ପରେ ଲୋକେ ଆଶ୍ଚର୍ଯ୍ଯ ହୋଇଛନ୍ତି।

ପୋଲିସ ମୁତାବକ, ଏହି ବ୍ଲୁଟୁଥ ଚପଲ ଜରିଆରେ ପରୀକ୍ଷାର୍ଥୀ କପି କରିବା ପାଇଁ ଯୋଜନା କରୁଥିଲେ। ଉକ୍ତ ଚପଲ ଭିତରେ ଗୋଟାଏ ‘ଫୋନ୍‌’ ଏବଂ ଗୋଟାଏ ‘ବ୍ଲୁଟୁଥ୍ ଡିଭାଇସ୍‌’ ରହିଛି। ପରୀକ୍ଷାର୍ଥୀଙ୍କ କାନରେ ମଧ୍ୟ ଗୋଟାଏ ‘ଡିଭାଇସ୍’ ଲାଗିଛି। ଏହି ସବୁ ଉପକରଣ ମାଧ୍ୟ‌ମରେ ପରୀକ୍ଷା ହଲ୍‌ ବାହାରୁ କେହି ଜଣେ ପରୀକ୍ଷାର୍ଥୀଙ୍କୁ କପି ଦେବାରେ ସାହାଯ୍ୟ କରୁଥିଲେ।

ଏହି ଚପଲର ଦାମ୍ ୬ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ପୋଲିସ ମୁତାବକ, ଏପର୍ଯ୍ଯନ୍ତ ୨୫ ଜଣ ଲୋକ ଏମିତି ଚପଲ କିଣିଛନ୍ତି। ପୋଲିସ ଚପଲ ସହିତ ମୋବାଇଲ ଏବଂ ସିମ ମଧ୍ୟ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.