ଗ୍ରୀସ ବୋଟ ଟ୍ରାଜେଡି : ପାକିସ୍ତାନ ଆଖିରେ ଲୁହ, ୬୦୦ ମୃତକଙ୍କ ମଧ୍ୟରୁ ୩୦୦ରୁ ଅଧିକ ପାକିସ୍ତାନୀ

ଗ୍ରୀସ ବୋଟ ଟ୍ରାଜେଡିରେ ଅଧିକ ହରାଇଛି ପାକିସ୍ତାନ । ଏଥିରେ ୩୦୦ ରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ଦାଦନ ଭାବେ ୟୁରୋପକୁ କାମ ଅନେ୍ଵଷଣରେ ଯାଉଥିଲେ ।

ନୂଆଦିଲ୍ଲୀ : ଗ୍ରୀସ ବୋଟ ଟ୍ରାଜେଡିରେ ଅଧିକ ହରାଇଛି ପାକିସ୍ତାନ । ଏଥିରେ ୩୦୦ ରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ଦାଦନ ଭାବେ ୟୁରୋପକୁ କାମ ଅନେ୍ଵଷଣରେ ଯାଉଥିଲେ ।

ଏହି ଘଟଣା ପରେ ୧୦ ଜଣ ଦାଦନ ଚାଲାଣକାରୀଙ୍କୁ ଗିରଫ କରିଛି ପାକିସ୍ତାନ। ସବୁ ଏଜେଣ୍ଟଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ପ୍ରତିବର୍ଷ ହଜାର ହଜାର ପାକିସ୍ତାନୀ ଯୁବକ ଧନ୍ଦା ପାଇଁ ବେଆଇନ ଭାବେ ୟୁରୋପ ଯାଉଛନ୍ତି।

ଭୂମଧ୍ୟସାଗରର ସବୁଠୁ ବଡ଼ ବୋଟ ଟ୍ରାଜେଡିରେ ୩୦୦ରୁ ଅଧିକ ଲୋକଙ୍କୁ ହରାଇଛି ପାକିସ୍ତାନ। ପ୍ରାୟ ୬୦୦ ମୃତକଙ୍କ ଭିତରେ ୩୦୦ରୁ ଅଧିକ ପାକିସ୍ତାନୀ ଅଛନ୍ତି । ଲିବ୍ୟାରୁ ଈଟାଲୀ ଯାଉଥିଲେ ସିରିଆ, ଇଜିପ୍ଟ ଓ ପାକିସ୍ତାନର ୭୫୦ ନାଗରିକ । କେବଳ ପାକିସ୍ତାନର ୩୦୦ରୁ ଅଧିକ ନାଗରିକ ଯାତ୍ରା କରୁଥିଲେ । ସମସ୍ତଙ୍କୁ ବେଆଇନ ଚାଲାଣ କରାଯାଉଥିଲା।

ଭଲ ଜୀବନର ସଂଧାନରେ ଭୂମଧ୍ୟସାଗର ଜଳପଥ ଦେଇ ବିପଦପୂର୍ଣ୍ଣ ଭାବେ ୟୁରୋପ ଯାତ୍ରା କରନ୍ତି। ଅଧିକାଂଶ ଯୁବକ ପ୍ରାୟ ପୂର୍ବ ପଂଜାବ ଓ ଉତ୍ତରପଶ୍ଚିମ ଖାଇବର ଅଞ୍ଚଳର। ଇରାନ, ତୁର୍କୀ, ଲିବ୍ୟା ଓ ଗ୍ରୀସ ଦେଇ ଏମାନଙ୍କୁ ୟୁରୋପ ପଠାଯାଇଥାଏ। ଗୁରୁବାର ଲିବ୍ୟାରୁ ଇଟାଲୀ ଯାଉଥିବା ବେଳେ ଗ୍ରୀସ ସମୁଦ୍ରରେ ବୁଡ଼ି ଯାଇଥିଲା ବୋଟ।

ତେବେ ନିର୍ଦ୍ଦିଷ୍ଟ ଭାବେ ଏହି ବୋଟରେ କେତେ ସଂଖ୍ୟାରେ ପାକିସ୍ତାନୀ ଥିଲେ ସେ ନେଇ ପାକିସ୍ତାନ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ। ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୧୨ ଜଣ ପାକିସ୍ତାନ ନାଗରିକ। ଗତ ୯ ବର୍ଷ ଭିତରେ ବୋଟ ଟ୍ରାଜେଡିରେ ୨୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ବା ନିଖୋଜ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.