Below header

ପାଶ୍ଚାତ୍ଯ ଶିକ୍ଷାକୁ ବିରୋଧ କରି ୩୫୦ ସ୍କୁଲ ପିଲାଙ୍କୁ ଗାଏବ କଲା ବୋକୋ ହରାମ, ସେନାର ସହାୟତା ଲୋଡିଲେ ସରକାର

ଜେହାଦୀ ସମୂହ ବୋକୋ ହରାମ ନାଇଜେରିଆରେ ଏକ ସ୍କୁଲରୁ ପାଖାପାଖି ୩୫୦ ପିଲାଙ୍କୁ ଅପହରଣ କରିନେଇଛି। ରିପୋର୍ଟ ଅନୁସାରେ, ନାଇଜେରିଆର ଉତ୍ତର କତସିନା ପ୍ରାନ୍ତରେ ଥିବା ଏକ ସ୍କୁଲରେ କିଛି ଆକ୍ରମଣକାରୀ ଅସ୍ତ୍ରଶସ୍ତ୍ର ଧରି ପସିଥିଲେ। ସେବେଠୋରୁ ସ୍କୁଲରୁ ୪୦୦ ପିଲା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଫେରିଆସିଥିବା ବେଳେ ଅନ୍ଯମାନେ କେଉଁଠି ଅଛନ୍ତି, ତାହା ଜଣାନାହିଁ। ବୋକୋ ହରାମ ଏହି ଅପହରଣ କରିଛି ବୋଲି ଦାବି କରୁଛି।

ନାଇଜେରିଆ ସରକାର ଲଗାତାର ଅପହରଣକର୍ତ୍ତାଙ୍କ ସହିତ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି। ନାଇଜେରିଆର ରାଷ୍ଟ୍ରପତି ମୋହମ୍ମଦୁ ବୁହାରୀଙ୍କ ଜଣେ ପ୍ରବକ୍ତା ଏକ ବୟାନରେ କହିଛନ୍ତି, ଅପହରଣକାରୀଙ୍କ ସହିତ ସମ୍ପର୍କ କରାଯାଉଛି ଏବଂ ପିଲାଙ୍କୁ ସୁରକ୍ଷିତ ଆଣିବା ପାଇଁ କଥାବାର୍ତ୍ତା ଚାଲିଛି।

haram

ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ସେନାର ସାହାଯ୍ଯ ଲୋଡିଛନ୍ତି। ନାଇଜେରିଆ ସେନାର ପ୍ରବକ୍ତା ଜେନେରାଲ ଜନ ଏଚ୍ କହିଛନ୍ତି, ପିଲାମାନଙ୍କ ସନ୍ଧାନ ଜାରି ରହିଛି ଏବଂ ପିଲାମାନଙ୍କ ଖୁବଶୀଘ୍ର ଖୋଜି ବାହାର କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ପିଲାମାନଙ୍କୁ ପାଶ୍ଚାତ୍ଯ ସଂସ୍କ୍‌ତି ମୁତାବକ ଶିକ୍ଷା ଦିଆଯାଉଥିବା ଏବଂ ଇଂଲିଶ ପଢୁଥିବା ଯୋଗୁଁ ବୋକୋ ହରାମ ଏହି ଅପହରଣ କରିଛି ବୋଲି ବୋକୋ ହରାମ ନେତା ଅବ୍ବୁକର ଶେକୁ ଏକ ଅଡିଓ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.