ୱେବ ସିରିଜ ନାମରେ ସୁଟ୍‌ କଲେ ବୋଲ୍ଡ ସିନ୍‌ କିନ୍ତୁ ପରେ ରିଲିଜ କରିଦେଲେ ପର୍ଣ୍ଣ ଫିଲ୍ମ, ପର୍ଣ୍ଣ ର‍୍ୟାକେଟ ସାମିଲ ଥିବା ସନ୍ଦେହ

ମଧ୍ୟପ୍ରଦେଶ ଇନ୍ଦୋରରେ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବତୀଙ୍କୁ ବୋଲ୍ଡ ସିନ୍‌ ସୁଟ୍‌ କରାଇ ତାକୁ ପର୍ଣ୍ଣ ୱେବସାଇଟରେ ରିଲିଜ କରାଯାଇଛି ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ୫ ଜଣଙ୍କ ବିରୋଧରେ ମାମଲା ଦାଏର କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି। ଏଥିପାଇଁ ଜଣେ ୱେବ ସିରିଜର କାଷ୍ଟିଂ ଡାଇରେକ୍ଟରକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଏମାନେ ପର୍ଣ୍ଣ ଫିଲ୍ମ ର‍୍ୟାକେଟରେ ଭାଗୀଦାରୀ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ଇନ୍ଦୋରର ଧାମନେଦରେ ରହୁଥିବା ଏହି ଯୁବତୀ ମଡେଲିଂ କରନ୍ତି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ରେ ବିଜେନ୍ଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁୱେବ ସିରିଜରେ ଲଞ୍ଚ କରିବା ପାଇଁ କଥା ଦେଇ ଫାର୍ମ ହାଉସକୁ ଡାକିଥିଲେ। ଫାର୍ମହାଉସରେ ସେହି ଯୁବତୀଙ୍କୁ ୱେବ ସିରିଜ ପାଇଁ ବୋଲ୍ଡ ଥିମରେ ସୁଟିଂ ହେବ ବୋଲି କହି ଅନ୍ତରଙ୍ଗ ଦୃଶ୍ୟ ସୁଟ୍‌ କରିଥିଲେ। ଏଥିରୁ ଅଶ୍ଳୀଳ ସିନ ହଟାଇ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ ବୋଲି ଯୁବତୀଙ୍କୁ କୁହାଯାଇଥିଲା। କିନ୍ତୁ ସେପରି କିଛି ହେଲା ନାହିଁ। ଅଶ୍ଳୀଳ ସିନ ଥାଇ ଯୁବତୀଙ୍କ ଫିଲ୍ମକୁ ପର୍ଣ୍ଣ ୱେବସାଇଟରେ ରିଲିଜ କରାଗଲା। ଯୁବତୀ ଏହି ଖବର ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା।

pic

ଯୁବତୀଙ୍କୁ ଏହା ବିଷୟରେ ଖବର ମିଳିବା ବେଳକୁ ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହାକୁ ଦେଖିସାରିଥିଲେ। ଯୁବତୀ ଜଣକ ଏହା ସଂପର୍କରେ ବିଜେନ୍ଦ୍ର ଏବଂ ତାଙ୍କ ବନ୍ଧୁ ମିଲନ୍ଦକୁ ପଚାରିଥିଲେ, ସେ ଏକଥାରୁ ଓହରିଯାଇଥିଲେ। ତା’ ପରେ ଯୁବତୀ ଜଣକ ଅସହାୟ ହୋଇ ପୋଲିସ ନିକଟରେ କାଷ୍ଟିଂ ଡାଇରେକ୍ଟର ସହିତ ୫ ଜଣ ଲୋକଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ କାଷ୍ଟିଂ ଡାଇରେକ୍ଟରକୁ ଗିରଫ କରିଥିବା ବେଳେ ବିଜେନ୍ଦ୍ର ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.